କୋଣାର୍କ,୨।୨ : ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ସିଆଇଏସଏଫ ବନ୍ଦେ ମାତରମ କୋଷ୍ଟାଲ ସାଇକ୍ଲୋଥନକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ,ପଦ୍ମଶ୍ରୀ ଦିଲ୍ଲୀପ ତିର୍କି,ସୁଦର୍ଶନ ପଟ୍ଟନାୟକ ସିଆଇଏସଏଫ ଆଇଜି ଶୀଖର ସହାୟ,କୋଷ୍ଟ ଗାର୍ଡ ଡିଆଇଜି ସତ୍ୟନାରାୟଣ ଦାଶ,ନାଲକୋ ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ଜାନୁୟାରୀ ୨୮ତାରିଖରେ ପଶ୍ଚିମବଙ୍ଗ ବଖାଲିରୁ ଏହି କୋଷ୍ଟାଲ ସାଇକ୍ଲୋଥନ ବାହାରିଥିଲା। ୨୫ଦିନରେ ଭାରତର ୯ଟି ରାଜ୍ୟ ଦେଇ ୬୫୫୩ କିମି ପରିକ୍ରମା କରି ଆସନ୍ତା ଫେବୃୟାରୀ ୨୨ତାରିଖରେ କୋଚିନରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୬୫ଜଣ ସିଆଇଏସଏଫର ସୁରକ୍ଷା କର୍ମୀ ସାମିଲ ହୋଇଛନ୍ତି। ସିଆଇଏସଏଫ କମାଣ୍ଡାଣ୍ଟ ରାକେଶ ଚୈଧୁରୀଙ୍କ ତତ୍ବାବଧାନରେ ଏହି ସାଇକ୍ଲୋଥନ ଦଳ କୋଣାର୍କରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି।