ନୂଆଦିଲ୍ଲୀ,୧୭/୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ନିଜ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖନ୍ନାଙ୍କ ନାମ ନେଇ ସୁପାରିସ କରିଛନ୍ତି ।  ସରକାର ଗତ ଶୁକ୍ରବାର ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ଚିଠି  ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ପଠାଇବା  ଲାଗି କହିଥିଲେ । ଯଦି ତାଙ୍କ ସୁପାରିସକୁ ମଞ୍ଜୁରି  ମିଳେ, ତେବେ ଜଷ୍ଟିସ୍‌ ଖନ୍ନା ହିଁ ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତ ହେବେ । ଭାରତର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ  ନିଯୁକ୍ତିକୁ ନେଇ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି,  ଯାହାକୁ ‘ମେମୋରେଣ୍ଡମ୍‌ ଅଫ୍‌ ପ୍ରୋସିଜ୍ୟୁର୍‌’  କୁହାଯାଏ । ଏହା ଅନୁସାରେ ବିଦାୟୀ ସିଜେଆଇଙ୍କୁ  ସବୁଠୁ ବରିଷ୍ଠ ନ୍ୟାୟାଧୀଶଙ୍କ ନାମ ନେଇ  ସୁପାରିସ ଲାଗି କୁହାଯାଇଥାଏ । 

ଉଲ୍ଲେଖଯୋଗ୍ୟ,  ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ବର୍ତ୍ତମାନ ସୁପ୍ରିମକୋର୍ଟର  ବରିଷ୍ଠତମ ନ୍ୟାୟାଧୀଶଙ୍କ ମଧ୍ୟରେ ଅଛନ୍ତି ।  ନ୍ୟାୟିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା  ରହିଛି । ଆସନ୍ତା ନଭେମ୍ବର ୮ରେ ବର୍ତ୍ତମାନର  ସିଜେଆଇ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌  ଖନ୍ନା ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ  କରିବେ ବୋଲି ଆଶା କରାଯାଉଛ