ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି, ସିଜେଆଇ ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ କଲେ ସୁପାରିସ

Published By : Prameya | October 17, 2024 9:55 AM

ନୂଆଦିଲ୍ଲୀ,୧୭/୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ନିଜ ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖନ୍ନାଙ୍କ ନାମ ନେଇ ସୁପାରିସ କରିଛନ୍ତି ।  ସରକାର ଗତ ଶୁକ୍ରବାର ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ଚିଠି  ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ପଠାଇବା  ଲାଗି କହିଥିଲେ । ଯଦି ତାଙ୍କ ସୁପାରିସକୁ ମଞ୍ଜୁରି  ମିଳେ, ତେବେ ଜଷ୍ଟିସ୍‌ ଖନ୍ନା ହିଁ ସୁପ୍ରିମକୋର୍ଟର ପରବର୍ତ୍ତୀ ସିଜେଆଇ ଭାବେ ନିଯୁକ୍ତ ହେବେ । ଭାରତର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ  ନିଯୁକ୍ତିକୁ ନେଇ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି,  ଯାହାକୁ ‘ମେମୋରେଣ୍ଡମ୍‌ ଅଫ୍‌ ପ୍ରୋସିଜ୍ୟୁର୍‌’  କୁହାଯାଏ । ଏହା ଅନୁସାରେ ବିଦାୟୀ ସିଜେଆଇଙ୍କୁ  ସବୁଠୁ ବରିଷ୍ଠ ନ୍ୟାୟାଧୀଶଙ୍କ ନାମ ନେଇ  ସୁପାରିସ ଲାଗି କୁହାଯାଇଥାଏ । 

ଉଲ୍ଲେଖଯୋଗ୍ୟ,  ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ବର୍ତ୍ତମାନ ସୁପ୍ରିମକୋର୍ଟର  ବରିଷ୍ଠତମ ନ୍ୟାୟାଧୀଶଙ୍କ ମଧ୍ୟରେ ଅଛନ୍ତି ।  ନ୍ୟାୟିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା  ରହିଛି । ଆସନ୍ତା ନଭେମ୍ବର ୮ରେ ବର୍ତ୍ତମାନର  ସିଜେଆଇ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌  ଖନ୍ନା ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ  କରିବେ ବୋଲି ଆଶା କରାଯାଉଛ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.