ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଟକ କାଳୀ ଭସାଣି ବେଳେ ଦୁଇଟି ପୃଥକ ସ୍ଥାନରେ ଗଣ୍ଡଗୋଳ, ଏକାଧିକ ଆହତ

Published By : Harapriya Sethi | November 4, 2024 7:16 AM

କଟକ,୦୪/୧୧: କଟକ କାଳୀ ଭଷାଣିରେ ଦୁଇଗୋଷ୍ଠୀ ମୁଁହାମୁହିଁ । ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ହେବାସହ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ଢେଲାପଥର ସହ କାଚ ବୋତଲ ମାଡ ହୋଇଛି । ଏହି ଘଟଣାରେ ୫ ରୁ ୬ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ମେଢ଼ ଶୋଭାଯାତ୍ରା ସମୟରେ ମାଛୁଆ ବଜାର ଏଲଆଇସି ପଡିଆ ନିକଟରେ ଗଣ୍ଡଗୋଳରେ ଜଣେ ଆହତ ହୋଇଛନ୍ତି । ଏହି ଘଟଣାରେ ଏକାଧିକ ଯୁବକ ମଙ୍ଗଳାବାଗ ଥାନାରେ ଅଟକ ଅଛନ୍ତି ।

ସୂଚନା ମୁତାବକ, କଟକରେ କାଳୀ ଭଷାଣୀ ସମୟରେ ଦୁଇଟି ପୃଥକ ସ୍ଥାନରେ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପ୍ରଥମଟି ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ ମେଢ ବିସର୍ଜନ କରି ଫେରୁଥିବା ସମୟରେ ହୋଇଥିଲା । ମେଢ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ପରସ୍ପରକୁ ଢେଲାପଥର ମାଡ଼ ସହ କାଚ ବୋତଲ ଫିଙ୍ଗିଥିଲେ । ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ଭାଙ୍ଗିବା ସହ ୩ ଟି‌ ବାଇକ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଲାଲବାଗ ଥାନା ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ପୋଲିସ । ତେବେ ଗଣ୍ଡଗୋଳର ପ୍ରକୃତ‌ କାରଣ ଜଣାପଡ଼ିନଥିବାବେଳେ ଲାଲବାଗ ଥାନା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଅନ୍ୟପଟେ ମେଢ଼ ଶୋଭାଯାତ୍ରା ସମୟରେ ମାଛୁଆ ବଜାର ଏଲଆଇସି ପଡିଆ ନିକଟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ କଲେଜ ଛକ ପୂଜା କମିଟିର ଯୁବକଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ସେ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମଙ୍ଗଳାବାଗ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରଥିଲା । ଏନେଇ ଅଭିଯୋଗ ହେବା ପରେ ଏହି ଘଟଣାରେ ଏକାଧିକ ଯୁବକ ମଙ୍ଗଳାବାଗ ଥାନାରେ ଅଟକ ରଖିଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.