ନୂଆଦିଲ୍ଲୀ,୦୭/୦୧: ରାଜଧାନୀ ଦିଲ୍ଲୀ ତୁର୍କମାନ ଗେଟରେ ହିଂସା । ଫୈଜ-ଏ-ଇଲାହୀ ମସଜିଦ୍ ନିକଟରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ମଙ୍ଗଳବାରି ବିଳମ୍ବିତ ରାତିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବେଳେ ଦଙ୍ଗା ଦେଖିବାକୁ ମିଳିଛି । ଫୈଜ-ଏ-ଇଲାହୀ ମସଜିଦ୍ ନିକଟରେ ଜବରଦଖଲ ହଟାଇବା ପାଇଁ ବୁଲଡୋଜର ଅପରେସନ୍ ଆରମ୍ଭ କରିଥିଲା । ଏକ ବିବାହ ମଣ୍ଡପ ଏବଂ ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ଭାଙ୍ଗି ଦିଆଯାଇଥିଲା । ଏହାକୁ ବିରୋଧ କରି କିଛି ଗୋଷ୍ଠୀ ପୁଲିସ୍ ଉପରକୁ ପଥରମାଡ଼ କରିଥିଲେ । ଏଥିରେ ୫ ଜଣ ପୁଲିସ୍ ଆହତ ହୋଇଛନ୍ତି । ଆକ୍ରମଣକୁ ବଞ୍ଚିବାକୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଟିୟର ଗ୍ୟାସ୍ ମାଡ଼ କରିଥିଲା । ଜବରଦଖଲ ସମୟରେ ଯେପରି କୌଣସି ପରିସ୍ଥିତି ନଉପୁଜେ ସେ ନେଇ ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଦଙ୍ଗାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ୧୦ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ତୁର୍କମାନ ଗେଟ୍ ନିକଟସ୍ଥ ରାମଲୀଳା ମୈଦାନରେ ଫୈଜ-ଏ-ଇଲାହୀ ମସଜିଦ୍ ବାହାରେ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଏହି ସମୟରେ ଦିଲ୍ଲୀରେ ଉତ୍ତେଜନା ଦେଖିବାକୁ । ଏହି ଅଭିଯାନରେ MCD ଏବଂ ଦିଲ୍ଲୀ ପୁଲିସର ଏକ ମିଳିତ ଦଳ ସାମିଲ ଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳକୁ ଆସିଥିଲେ । ଭଙ୍ଗା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ କିଛି ଲୋକ ପୁଲିସ ଉପରେ ପଥରମାଡ଼ କରିଥିଲେ । ଜବାବ୍ରେ ପୁଲିସ୍ ଟିୟର ଗ୍ୟାସ ମାଡ଼ କରିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ, ବିଏନଏସ ଧାରା ୧୬୩ ଲାଗୁ କରାଯାଇଥିଲା, ଯେଉଁଥିରେ ୪ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଦଙ୍ଗାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି । କାହାର ପରିଚୟ ମିଳିନାହିଁ । ଉତ୍ତେଜନା ପରେ ରାସ୍ତାଟିକୁ ସମ୍ମୁଖ ଭାଗରୁ ବନ୍ଦ କରି ଦିଆଯାଇଛି । ତୁର୍କମାନ ଗେଟ୍ ଷ୍ଟ୍ରିଟର ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହୋଇଛନ୍ତି । ବର୍ତ୍ତମାନ ପାଇଁ ଅପରେସନକୁ ସ୍ଥଗିତ ରଖାଯାଇଛି । ଏହା ସତ୍ତ୍ୱେ, ରାପିଡ୍ ଆକ୍ସନ ଫୋର୍ସ ସହିତ ସମଗ୍ର ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
#WATCH | Delhi | Debris being cleared from the area near the Faiz-e-Elahi Masjid, Turkman Gate, where a demolition drive was carried out by the MCD last night. pic.twitter.com/i8Rpf7LVQb
— ANI (@ANI) January 7, 2026
'ମସଜିଦ୍ ଅଂଶକୁ ଭାଙ୍ଗିଦେଲେ'- ତୁର୍କମାନ ଗେଟର ସେହି ରାସ୍ତାର ମୁସଲିମ୍ ବାସିନ୍ଦାମାନେ କହିଛନ୍ତି ଯେ MCD ଅନ୍ୟାୟ କାର୍ଯ୍ୟ କରିଛି । ଜଣେ ମୁସଲିମ୍ ମହିଳା କହିଛନ୍ତି, ସେମାନଙ୍କୁ କେବଳ ପୂର୍ବରୁ ଥିବା ସ୍ଥାନକୁ ଭାଙ୍ଗିବା ଉଚିତ୍ ଥିଲା । ସେମାନେ ମସଜିଦର ଏକ ଅଂଶକୁ ମଧ୍ୟ ଭାଙ୍ଗି ଦେଇଛନ୍ତି, ଯାହାକୁ ନେଇ ଜନସାଧାରଣ କ୍ରୋଧିତ । ମସଜିଦ୍ ପାଖରେ ରହୁଥିବା ନସିମ କୁହନ୍ତି, ଜନସାଧାରଣ ଭୟ କରୁଥିଲେ ଯେ ମୁନସିପାଲଟି ମସଜିଦକୁ ଭାଙ୍ଗି ଦେଇପାରେ । ସେଥିପାଇଁ ଲୋକମାନେ ଏକାଠି ହୋଇଥିଲେ। ପଥର ଫିଙ୍ଗି ଆକ୍ରମଣ କରିଥିଲେ । ପୁଲିସ୍ ଲୁହ ବୁହା ଗ୍ୟାସ୍ ଛିଡାଥିଲା ।