ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରକାରଙ୍କ ନିର୍ଦ୍ଦେଶକୁ ଘରୋଇ ଶିକ୍ଷାନୁଷ୍ଠାନର ବେଖାତିର, ବିନା ୟୁନିଫର୍ମରେ ଚାଲିଛି ପାଠପଢ଼ା

Published By : Rasmita Pradhan | April 30, 2025 2:57 PM

ଭୁବନେଶ୍ୱର, ୩୦/୦୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କଲେ । ହେଲେ ରାଜ୍ୟ ସରକାରଙ୍କ ଏହି ନିୟମକୁ ଖୁଲମଖୋଲା ଉଲ୍ଲଘଂନ କରୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ଏପରି ଅଭିଯୋଗ ଆଣିଛନ୍ତି ଅଭିଭାବକ । ପିଲାଙ୍କୁ ବିନା ୟୁନିଫର୍ମରେ ସ୍କୁଲ ଆସିବାକୁ କୁହାଯାଉଛି । ଏପରିକି ବ୍ୟାଚ୍‌ ବ୍ୟାଚ୍‌ କରି ପିଲାଙ୍କୁ ଡକାଯାଉଛି । ଏକାବେଳେ ଡାକିଲେ କାଳେ ଗହଳି ହେବ ଧରା ପଡ଼ି ଯିବେ ସେଥିଲାଗି ଅଳ୍ପ ଅଳ୍ପ ପିଲାଙ୍କୁ ନେଇ କ୍ଲାସ କରାଯାଉଛି । କେବଳ ଏତିକି ନୁହେଁ ଅଭିଭାବକଙ୍କୁ କୁହାଯାଉଛି ଯେ ତୁମେ ନିଜ ସୁବିଧାରେ ଆଣି ପିଲାଙ୍କୁ ସ୍କୁଲରେ ଛାଡ଼ । ରାଜଧାନୀରେ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ ଓଡ଼ିଆ ଶିକ୍ଷାନୁଷ୍ଠାନରେ ଆଜି ୮ଟା ବେଳେ ପିଲାମାନେ ସ୍କୁଲରେ ପାଠପଢ଼ୁଥିବାର ଦେଖିବାକୁ ମିଳିଥିଲା । ପିଲାମାନେ ବିନା ୟୁନିଫର୍ମରେ ସ୍କୁଲ ଆସିଥିଲେ । ଶ୍ରେଣୀ ଗୃହରେ ପାଠପଢ଼ା ଯାଉଥିଲା । ଏହାକୁ ନେଇ ଜଣେ ସ୍ଥାନୀୟ ଲୋକ ଅଭିଯୋଗ ମଧ୍ୟ କରିଛନ୍ତି । 

କେବଳ ଯେ ଏହି ଗୋଟିଏ ସ୍କୁଲରେ ଏପରି ଚାଲିଛି ତାହା ନୁହେଁ ଭୁବନେଶ୍ୱର ଅନେକ ଘରୋଇ ସ୍କୁଲ ଓ କଲେଜ ଲୁଚା ଛପାରେ ପିଲାଙ୍କୁ ପାଠପଢ଼ାଉଛନ୍ତି । ପିଲାମାନେ ସ୍କୁଲକୁ ବିନା ୟୁନିଫର୍ମରେ ସ୍କୁଲ ଯାଉଛନ୍ତି । ଶ୍ରେଣୀରେ ଗୃହ ବସି ପଢ଼ୁଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଖୋଦ୍‌ ମୁଖ୍ୟମନ୍ତ୍ରୀ ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଗତ ୨୨ ତାରିଖ ରାତିରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇ ଦିଆଗଲା ଯେ ୨୩ ତାରିଖରୁ ସ୍କୁଲ ଛୁଟି ହେବ । ଏହାପରେ ସମସ୍ତଙ୍କୁ ଚିଠି ହୋଇଛି କୌଣସି ବି ପରିସ୍ଥିତିରେ ଛୁଟି ସମୟରେ ସ୍କୁଲ ଖୋଲାଯିବ ନାହିଁ । ଏପରିକି ଗତ ୨୫ ତାରିଖରେ ରାଜସ୍ୱ ମନ୍ତ୍ରୀ ଗଣମାଧ୍ୟମକୁ ସ୍ପଷ୍ଟ ଭାବେ କହିଲେ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଲୁଚାଛପାରେ ସ୍କୁଲ ଖୋଲିପାରିବେ ନାହିଁ । ଯଦି ଖୋଲନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତଥାପି ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଲୁଚାଛପାରେ ଖୋଲାଯାଉଛି । ଏହାକୁ ନେଇ ଅଭିଯୋଗ ପରେ ଗଣମାଧ୍ୟମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କୌଣସି ସ୍କୁଲ ଏପରି ଯଦି କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ଏହି ଖବରଟିକୁ ପଢନ୍ତୁ-ଗଣଶିକ୍ଷା ବିଭାଗକୁ ଡ୍ରପ୍‌ଆଉଟ୍‌ ଚିନ୍ତା, ଘରକୁ ଘର ବୁଲିବେ ଶିକ୍ଷକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.