ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କନଷ୍ଟେବଳଙ୍କ ଜୀବନ ବଞ୍ଚାଇଲା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍ , ଗୁଳି କରି ନୀରଜ ବୱାନାର ମୁଖ୍ୟ ସହଯୋଗୀକୁ ଧରିଲା ପୁଲିସ

Published By : Prameya | March 17, 2025 9:22 PM

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଏନକାଉଣ୍ଟର ପରେ ଗୁଳି କରି ନୀରଜ ବୱାନା ଗ୍ୟାଙ୍ଗର ମୁଖ୍ୟ ସହଯୋଗୀକୁ ଗିରଫ କରିଛି। ଏହି ସମୟରେ କନଷ୍ଟେବଳଙ୍କ ଠାରେ ମଧ୍ୟ ଏକ ଗୁଳି ବାଜି ଥିଲା, କିନ୍ତୁ ସେ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ଥିବା ଯୋଗୁଁ ତାଙ୍କର ଜୀବନ ବଞ୍ଚି ଯାଇଛି। ପୁଲିସ ଗୁଣ୍ଡାଙ୍କ ପାଖରୁ ଏକ ପିସ୍ତଲ , ଦୁଇଟି ଅଫୁଟା ଗୁଳି ଓ ଏକ ଚୋରି ମୋଟରସାଇକେଲ ଜବତ କରିଛି। 

ସୂଚନା ଆଧାରରେ , ଦିଲ୍ଲୀ ପୁଲିସ ଦକ୍ଷିଣ-ପୂର୍ବ ଦିଲ୍ଲୀର ପୁଲ ପ୍ରହଲ୍ଲାଦପୁର ଅଞ୍ଚଳରେ ଏନକାଉଣ୍ଟର ପରେ ନୀରଜ ବୱାନା ଗ୍ୟାଙ୍ଗର ଜଣେ ମୁଖ୍ୟ ସହଯୋଗୀକୁ ଗିରଫ କରିଛି। ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ, ଅଭିଯୁକ୍ତର ପରିଚୟ ଜଙ୍ଗପୁରା ଅଞ୍ଚଳର ୨୪ ବର୍ଷିୟ ଶୁଭମ ଭାବେ ହୋଇଛି। ତାକୁ ଏକ ପିସ୍ତଲ ଓ ଚୋରି ମୋଟରସାଇକେଲ ସହ ଧରାଯାଇଛି। 

ଦକ୍ଷିଣ-ପୂର୍ବ ଦିଲ୍ଲୀର ଡିସିପି ରବି କୁମାର ସିଂହ କହିଛନ୍ତି , ଗୁପ୍ତ ସୂଚନା ଆଧାରରେ ପୁଲିସର ଏକ ଟିମ୍‌ , ୧୬ ମାର୍ଚ୍ଚରେ ଏମବି ରୋଡ୍‌ରେ ଗାଡ଼ିର ଚେକ୍ ପଏଣ୍ଟ ଗଠନ କରି ଥିଲା। ରାତି ପ୍ରାୟ ୧୦: ୩୦ ସମୟରେ ଶୁଭମ୍‌କୁ ବଦରପୁର ଦିଗରୁ ମୋଟରସାଇକେଲରେ ଆସୁ ଥିବାର ଦେଖିବାକୁ ମିଳି ଥିଲା। ଯେବେ ତାକୁ ରହିବାକୁ ଇସାରା କରାଗଲା ତ, ସେ ଫେରାର ହେବାକୁ ଚେଷ୍ଟା କରିଥିଲା । ସେତେବେଳେ ସେ ବାଇକ୍‌ରୁ ନିୟନ୍ତ୍ରଣ ହରାଇ ଖସି ପଡ଼ିଲା।

ପୁଲିସ ଅଧିକାରୀଙ୍କ କହିବାନୁସାରେ,  ସରେଣ୍ଡର କରିବା ପରିବର୍ତ୍ତେ ସେ ପୁଲିସ ଉପରକୁ ଗୁଳି କରି ଥିଲା। ଗୋଟିଏ ଗୁଳି କନଷ୍ଟେବଳ ଆଶୀଷଙ୍କ ଠାରେ ବାଜିଥିଲା। କିନ୍ତୁ ତାଙ୍କର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ତାଙ୍କୁ ସୁରକ୍ଷା ଦେଇଥିଲା। ଜବାବୀ କାର୍ଯ୍ୟାନୁଷ୍ଠାନରେ ପୁଲିସ ମଧ୍ୟ ଦୁଇଟି ଗୁଳି ଚଲାଇ ଥିଲା, ଯେଉଁଥିରେ ଶୁଭମର ପାଦରେ ଗୁଳି ବାଜି ଥିଲା। ସେ କହିଛନ୍ତି କି ତାର ଚିକିତ୍ସା ପାଇଁ ଏମ୍ସ ନିଆ ଯାଇଛି। ତା ପାଖରୁ ଏକ ପିସ୍ତଲ , ଦୁଇଟି ଅଫୁଟା ଗୁଳି ଓ ଗୋଟିଏ ଚୋରି ମୋଟରସାଇକେଲ ଜବତ କରାଯାଇଛି। 

ପୁଲିସ କହିଛି, ଜେରା ବେଳେ ଶୁଭମ ଶିବୁ ଓ ନୀରଜ ବୱାନା ଗ୍ୟାଙ୍ଗ ସହ ନିଜର ସଂପର୍କ ଥିବା ଖୁଲାସା କରିଛି , ଯିଏ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଜୋରଜବରଦସ୍ତ ଟଙ୍କା ଆଦାୟ , ସଂପତ୍ତି ବିବାଦ, ଜୁଆ ଓ ଡ୍ରଗ୍‌ ରାକେଟ୍‌ରେ ସାମିଲ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.