ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

Published By : Rasmita Pradhan | January 14, 2025 12:44 PM

କେନ୍ଦୁଝର, ୧୪/୦୧ : ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଣ୍ୟତୋୟା ବୈତରଣୀ ନଦୀରେ ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ପାଟଣା ସ୍ଥିତ ହରି ମହନ୍ତଙ୍କ ଘରେ ସେ କିଛି ସମୟ ଅତିବାହିତ କରିବେ। ପରେ କେନ୍ଦୁଝର ଫେରି ସର୍କିଟ୍ ହାଉସ୍‌ରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି  ଦିନିଆ ଗସ୍ତରେ କେନ୍ଦୁଝର ଯାଇଛନ୍ତି । ସଡ଼କ ପଥରେ ରାଇସୁଆ ଠାରୁ ପାଟଣା ଯାଇ ମକର ବୁଡ଼ ପକାଇଛନ୍ତି। ସେଠାରେ ପୂଜାର୍ଚ୍ଚନା କରିବା ପରେ ବିଜେପି କର୍ମୀ ହରି ମହାନ୍ତଙ୍କ ବାସଭବନରେ ପହଞ୍ଚି କେତେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ମଧ୍ୟାହ୍ନରେ କେନ୍ଦୁଝର ସର୍କିଟ୍‌ ହାଉସ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୪ଟାରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ । ସେଠାରେ କେତେକ କାର୍ଯ୍ୟକ୍ରମରେ  ଯୋଗଦେବା ପରେ ସର୍କିଟ୍‌ ହାଉସରେ ରାତ୍ରୀଯାପନ କରିବେ । 

ଅଧିକ ପଢନ୍ତୁ-ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, "ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ଶୁଭପ୍ରଦ ହେଉ"

ବୁଧବାର ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବେ । ଅପରାହ୍ଣରେ ବଡ଼ବିଲ ଅଭିମୁଖେ  ଯାତ୍ରା କରିବେ । ବଡ଼ବିଲ ସରସ୍ୱତୀ  ଶିଶୁ ବିଦ୍ୟାମନ୍ଦିରର ଏକ ପ୍ରାର୍ଥନା ହଲ୍‌କୁ  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ପରେ  ବଡ଼ବିଲ ମହୋତ୍ସବର ରୌପ୍ୟଜୟନ୍ତୀ  କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ  ଓଏମ୍‌ସି ଅତିଥି ଭବନରେ କେତେକ  କାର୍ଯ୍ୟର ସମୀକ୍ଷା କରିବା ପରେ କେନ୍ଦୁଝର ଅଭିମୁଖେ ସଡ଼କପଥରେ  ଯାତ୍ରା କରିବେ । ଗୁରୁବାର ଝୁମ୍ପୁରା ବ୍ଲକ୍‌ର ବାଲିବନ୍ଧ ଗ୍ରାମର ମହେନ୍ଦ୍ର ପଟ୍ଟନାୟକଙ୍କ  ମା’ଙ୍କ ଏକାଦଶାହରେ ଯୋଗଦେଇ ପୂର୍ବାହ୍ଣ ୧୦ଟା ୪୫ରେ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.