ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମିଶନ ଉତ୍କର୍ଷ ଓଡ଼ିଶା: ଆସନ୍ତା ୧୮ରୁ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସିଙ୍ଗାପୁରରୁ ଆସିବ ପୁଞ୍ଜି

Published By : Prameya | November 4, 2024 9:33 AM

ଭୁବନେଶ୍ୱର,୦୪/୧୧:  ମିଶନ ଉତ୍କର୍ଷ ଓଡ଼ିଶା । ଓଡ଼ିଶାକୁ  ଅଧିକ ନିବେଶକ ଭିଡ଼ିବାକୁ  ପୂରାଦମ୍‌ରେ କସରତ କରୁଛନ୍ତି  ରାଜ୍ୟ ସରକାର। ଦେଶ ପରେ  ଏବେ ବିଦେଶରୁ ପୁଞ୍ଜିପତିଙ୍କୁ  ଆକୃଷ୍ଟ କରିବାକୁ ହେବ ରୋଡ୍‌ ସୋ ।  ଏଥିପାଇଁ ଆସନ୍ତା ୧୮ରୁ ତିନିଦିନିଆ  ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ସିଙ୍ଗାପୁରରେ  ଶିଳ୍ପ ବିଭାଗ ରୋଡ ସୋ’ର ଆୟୋଜନ  କରୁଛି । ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ  ଆଲୋଚନା କରିବେ । 

ଓଡ଼ିଶାରେ  ଶିଳ୍ପାୟନ ପାଇଁ ଥିବା ସବୁ ସମ୍ଭାବନା ଓ ସରକାରଙ୍କ ସହଯୋଗର ପ୍ରତିଶ୍ରୁତି ଦେବେ। ଆସନ୍ତା ଜାନୁଆରୀ ୨୮ ଓ  ୨୯ରେ ‘ଉତ୍କର୍ଷ ଓଡ଼ିଶା: ମେକ ଇନ୍‌  ଓଡ଼ିଶା କନକ୍ଲେଭ୍‌ ୨୦୨୫’ ଅନୁଷ୍ଠିତ  ହେବ । ଏହି କନକ୍ଲେଭରେ ଜାତୀୟ  ଓ ଆନ୍ତର୍ଜାତିକ ସ୍ତରର ପୁଞ୍ଜିପତିଙ୍କୁ  ସାମିଲ କରିବା ସହ ଓଡ଼ିଶାରେ  ଶିଳ୍ପାୟନର ନୂଆ ଧାରା ସୃଷ୍ଟି କରିବାକୁ  ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି ।  ନୂଆଦିଲ୍ଲୀ ଓ ମୁମ୍ବାଇ ରୋଡ ସୋ’  ସଫଳତା ପରେ ଶିଳ୍ପ ବିଭାଗ ଏବେ  ବିଦେଶ ଉପରେ ଆଖି ପକାଇଛି । ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଶିଳ୍ପପତିଙ୍କ ସହ ବ୍ୟକ୍ତିଗତ ଭାବେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ଆଲୋଚନା କରିବେ ।  ରୋଡ ସୋ’ରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା  ସମ୍ଭାବନା ନେଇ ବିସ୍ତୃତ ସୂଚନା ଦିଆଯିବ । ଏହାଛଡ଼ା  ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ ଓଡ଼ିଶା କନକ୍ଲେଭ ପାଇଁ  ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ମଧ୍ୟ କରିବେ ।

ସୂଚନାଯୋଗ୍ୟ, ଗତ ମାସରେ ମୁଖ୍ୟମନ୍ତ୍ରୀ  ନୂଆଦିଲ୍ଲୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇକମିଶନର, ବାଣିଜ୍ୟିକ କମିଶନର ଏବଂ ପୁଞ୍ଜିପତିମାନଙ୍କ ସହ ବୈଠକ କରିଥିଲେ । ଓଡ଼ିଶା  ସରକାରଙ୍କ ତରଫରୁ ନୂଆଦିଲ୍ଲୀରେ ନିବେଶକଙ୍କୁ  ଆକୃଷ୍ଟ କରିବାକୁ ଆୟୋଜିତ ହୋଇଥିଲା  ଆମ୍ବାସଡର୍ସ ମିଟ୍‌ । ସେହିଭଳି ମୁମ୍ବାଇରେ ମଧ୍ୟ ଶିଳ୍ପ  ବିଭାଗ ପକ୍ଷରୁ ରୋଡ ସୋ ଅନୁଷ୍ଠିତ ହୋଇଥିଲା । ବେଦାନ୍ତ ରାଜ୍ୟରେ ଆଉ ୧ ଲକ୍ଷ କୋଟି ନିବେଶ  କରିବାକୁ ଏଠାରେ ଘୋଷଣା କରିଥିଲା । ଏଥିରେ  ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର  ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ  ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀମାନେ  ସିଙ୍ଗାପୁର ଗସ୍ତରେ ଯିବେ । ଦିଲ୍ଲୀ, ମୁମ୍ବାଇ ଭଳି  ସିଙ୍ଗାପୁର ରୋଡ ସୋ ନିବେଶ ଟାଣିବାରେ ସହାୟକ  ହେବ ବୋଲି ଶିଳ୍ପ ବିଭାଗ ଆଶା ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.