ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସିଏମ୍ ମମତା ବାନାର୍ଜୀଙ୍କୁ ଅକ୍ସଫୋର୍ଡରେ ଲେକଚର ଦେବାର ରାସ୍ତା ସଫା, କେନ୍ଦ୍ରରୁ ମିଳିଲା ଅନୁମତି

Published By : Harapriya Biswal | March 12, 2025 7:20 PM

କୋଲକାତା,୧୨।୩:  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ବିଦେଶ ଯିବାର ରାସ୍ତା ସଫା ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମମତାଙ୍କୁ ଲଣ୍ଡନ ସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଲେକଚର ଦେବା ପାଇଁ ଔପଚାରିକ ଅନୁମତି ମିଳିଯାଇଛି। ସେ ଆସନ୍ତା ସପ୍ତାହରେ ଲଣ୍ଡନ ଗସ୍ତରେ ଯିବେ। ମମତା ବାନାର୍ଜୀ ହୋଲି ପରେ ୨୧ ମାର୍ଚ୍ଚରେ ଲଣ୍ଡନ ଯିବେ, ଯେଉଁଠି ‌ସେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରିବେ। ମମତା ଗତ ବର୍ଷ କୋଲକାତା ସ୍ଥିତ ଏକ ଶୈକ୍ଷଣିକ ସଂସ୍ଥାନରେ ନିଜ ସମ୍ବୋଧନ ବେଳେ ଏହା ଘୋଷଣା କରିଥିଲେ। ସେ କହିଥିଲେ ଅକ୍ସଫୋର୍ଡ ୟୁନିଭର୍ସିଟି ଆଣ୍ଡ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ପକ୍ଷରୁ ଭାଷଣ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

ରାଜ୍ୟ ପ୍ରଶାସନ ସୁତ୍ରରୁ କୁହାଯାଇଛି ଯେ,ସିଏମ୍ ମମତା ବାନାର୍ଜୀଙ୍କୁ ଅକ୍ସଫୋର୍ଡ ୟୁନିଭର୍ସିଟି ପଶ୍ଚିମବଙ୍ଗରେ ନିଜର କାର୍ଯ୍ୟକାଳ ବେଳେ କରାଯାଇଥିବା ସାମାଜିକ କଲ୍ୟାଣ ପ୍ରୋଜେକ୍ଟ ବିଷୟରେ ନିମନ୍ତ୍ରିତ ହୋଇଛନ୍ତି। ସେ ଅକ୍ସଫୋର୍ଡରେ ୨୭ ମାର୍ଚ୍ଚରେ ଲେକଚର ଦେବେ। ଗତ ସପ୍ତାହ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି। ଏହାପରେ ଲଣ୍ଡନରେ ଏକ ବିଜନେସ୍ କନକ୍ଲେଭ ଆୟୋଜିତ କରିପାରନ୍ତି। ମମତାଙ୍କୁ ନଭେମ୍ବର ୨୦୨୩ ‌ ରେ ପଶ୍ଚିମବଙ୍ଗ ଗ୍ଲୋବାଲ ବିଜନେସ୍‌ ସମିଟ୍ ବେଳେ ୟୁନିଭର୍ସିଟିର ପ୍ରି-ଭାଇସ୍ ଚାନସେଲର ଜୋନାଥନ ମିଚିଙ୍କ ପକ୍ଷରୁ ଦିଆଯାଇଥିବା ଲେକଚର ଦେବା ପାଇଁ ଆମନ୍ତ୍ରିତ କରାଯାଇଥିଲା।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୧ ମାର୍ଚ୍ଚରେ କୋଲକାତାରୁ ବିମାନ ଜରିଆରେ ଦୁବାଇ ପହଁଞ୍ଚିବେ। ଏହାପରେ ସେଠାରୁ ସେ ଲଣ୍ଡନ ଯିବେ। ଅକ୍ସଫୋର୍ଡରେ ଲେକଚର ଦେବା ବ୍ୟତୀତ ସିଏମ୍ ମମତା ଲଣ୍ଡନରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ କିଛି ବିଶିଷ୍ଟ ଉଦ୍ୟୋଗପତିଙ୍କୁ ସାକ୍ଷାତ କରିବେ ଓ ତାଙ୍କ ସହ ବୈଠକ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.