ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,୫୯୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ

Published By : Prameya | November 2, 2024 8:41 AM

ବଲାଙ୍ଗିର,୦୨/୧୧: ଶନିବାର  ବଲାଙ୍ଗିର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।  ଏହି ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ  ତୁଷୁରା, ବେଲପଡ଼ା, ପାଟଣାଗଡ଼ ଏବଂ  ବଲାଙ୍ଗିରରେ ଆୟୋଜିତ ସମୁଦାୟ  ୬ଟି କାର୍ଯ୍ୟକ୍ରମରେ ଯୋଗଦେବେ ।  ଜିଲ୍ଲାରେ ୫୯୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର  ସମୁଦାୟ ୮୩ ପ୍ରକଳ୍ପର ଉଦ୍‌ଘାଟନ  ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତନ୍ମଧ୍ୟରେ  ପ୍ରାୟ ୩ଶହ କୋଟି ବ୍ୟୟ ଅଟକଳରେ ଅପରଲାନ୍ଥ  ମଧ୍ୟମ ଜଳସେଚନ ପ୍ରକଳ୍ପ, ୧୧୮ କୋଟିର ପାଟଣାଗଡ଼  ବାଇପାସ୍‌ ଏବଂ ପ୍ରାୟ ୬୬ କୋଟିର ତୁଷୁରା ଏୟାରଷ୍ଟ୍ରିପ୍‌  ଭଳି ବଡ଼ ପ୍ରକଳ୍ପ ରହିଛି । 

ସେହିପରି ଅପରାହ୍ନରେ  ଜିଲ୍ଲା ପ୍ରତିଷ୍ଠା ଦିବସ ‘ବଲାଙ୍ଗିର ଦିନ୍‌’ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ମୁଖ୍ୟଅତିଥି ଭାବେ ଯୋଗଦେବେ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ୍‌  ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ସନ୍ଧ୍ୟାରେ ପୁଲିସ୍‌  ପକ୍ଷରୁ କାର୍‌କେଡ୍‌ ରିହର୍ସଲ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ  କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୩୫ ପ୍ଲାଟୁନ୍‌ ଫୋର୍ସ  ଏବଂ ୨୦୦ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ନିଜେ  ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌ ସ୍ଥିତି ସମୀକ୍ଷା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପୂର୍ବାହ୍ନରେ ସ୍ୱତନ୍ତ୍ର ବିମାନରେ  ତୁଷୁରା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରେ ୨-ବି  କାଟାଗୋରିକୁ ଉନ୍ନୀତ ହୋଇଥିବା ତୁଷୁରା ଏୟାରଷ୍ଟ୍ରିପ୍‌  ଉନ୍ନତୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ  ବେଲପଡ଼ା ଅଭିମୁଖେ ଯିବେ । ସେଠାରେ ଅପରଲାନ୍ଥ  ମଧ୍ୟମ ଜଳସେଚନ ପ୍ରକଳ୍ପ ସମେତ  ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ  ଉଦ୍‌ଘାଟନ କରିବେ । ଏହାପରେ  ପାଟଣାଗଡ଼ ଯାଇ ବାଇପାସ୍‌ ସମେତ  ବିଭିନ୍ନ ପ୍ରକଳ୍ପର ଶିଳ୍ୟାନ୍ୟାସ କରିବେ ।  

ପାଟଣାଗଡ଼ ଉପଖଣ୍ଡ ହସ୍ପିଟାଲ୍‌ରେ  ଡାଏଲିସିସ ୟୁନିଟ୍‌ର ଲୋକାର୍ପଣ  କରିବେ । ସେଠାରୁ ବଲାଙ୍ଗିର ଆସି  ପ୍ରଥମେ ସର୍କିଟହାଉସ୍‌ର ନୂତନ  କୋଠା ଲୋକାର୍ପଣ କରିବେ । ଜିଲ୍ଲାର ଅଧିକାରୀଙ୍କ  ସହ ଆଲୋଚନା ପରେ କୋସଲ କଳାମଣ୍ଡଳ ପଡ଼ିଆରେ  ଆୟୋଜିତ ଜିଲ୍ଲା ପ୍ରତିଷ୍ଠା ଉତ୍ସବ ‘ବଲାଙ୍ଗିର ଦିନ୍‌’  କାର୍ଯ୍ୟକ୍ରମରେ ଯୋଗଦେବେ । ଶେଷରେ ଉତ୍କଳ  ପ୍ରାଦେଶିକ ବନ୍ଧୁମିଳନରେ ଅତିଥି ଭାବେ ଯୋଗଦେଇ  ସର୍କିଟ ହାଉସ୍‌ ଫେରି ରାତ୍ରିରହଣି କରିବେ । ୩  ତାରିଖ (ରବିବାର) ସକାଳୁ ତୁଷୁରା ଏୟାରଷ୍ଟ୍ରିପ୍‌ରୁ  ସ୍ୱତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଭୁବନେଶ୍ୱର  ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.