ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଘୋଷଣା, ତିରୁପତି ମନ୍ଦିରରେ ରହିବେ କେବଳ ହିନ୍ଦୁ କର୍ମଚାରୀ

Published By : Tapas Panda | March 21, 2025 7:38 PM

Image Courtesy: tv9hindi

ନୂଆଦିଲ୍ଲୀ: ତିରୁପତି-ତିରୁମାଳା ଦେବସ୍ଥାନମ୍ ଅର୍ଥାତ ତିରୁପତି ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ଅନ୍ୟ ସମ୍ପ୍ରଦାୟର ଲୋକମାନେ ମନ୍ଦିରରେ କାମ କରୁଛନ୍ତି, ତେବେ ସେମାନଙ୍କୁ ଅପମାନିତ ନକରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ତିରୁପତି ମନ୍ଦିରରେ ପ୍ରାର୍ଥନା କରିବାକୁ ପହଞ୍ଚିଥିଲେ । ଏହା ପରେ ସେ, ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ନିର୍ମାଣ ଯୋଜନା ନେଇ ସୂଚନା ଦେଇଛନ୍ତି ।  ବିଦେଶରେ ରହୁଥିବା ଅନେକ ଲୋକ ମନ୍ଦିର ପ୍ରତିଷ୍ଠା କରିବାକୁ ନିଜର ଇଚ୍ଛା ପ୍ରକାଶ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱରେ ଭଗବାନ ଭେଙ୍କଟେଶ୍ୱରଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ପବିତ୍ର ସୂତ୍ର ବନ୍ଧା ହୋଇଛି ।

ପୂର୍ବ ସରକାରଙ୍କ ମମତାଜ ହୋଟେଲ ଯୋଜନାକୁ ବାତିଲ କରାଯାଇଛି ବୋଲି ସେ କହିଛନ୍ତି । ମନ୍ଦିର ପାଖରେ କୌଣସି ପ୍ରକାରର ବାଣିଜ୍ୟିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ । ପୂର୍ବ ସରକାର ମନ୍ଦିର ଚାରିପାଖରେ ୩୫.୩୨ ଏକର ଜମିରେ ମମତାଜ ହୋଟେଲ ନିର୍ମାଣ ଯୋଜନାକୁ ଅନୁମୋଦନ କରିଥିଲେ, ଯାହାକୁ ନାଇଡୁ ସରକାର ବାତିଲ କରିଦେଇଛନ୍ତି ।

 ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ମନ୍ଦିର ଚାରିପାଖରେ କୌଣସି ଘରୋଇ ଦଳକୁ ବାଣିଜ୍ୟିକ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁମାନଙ୍କୁ ଅନୁମୋଦନ ଦିଆଯାଇଛି ସେମାନେ ମନ୍ଦିର ପାଖରେ କେବଳ ନିରାମିଷ ଖାଦ୍ୟ ପରଷିବେ । ଯଦି କେହି ଗଡ଼ବଡ଼ କରନ୍ତି କିମ୍ବା ଏଭଳି କରି ଧରାପଡ଼ନ୍ତି ତେବେ ସରକାର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେପଟେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମନ୍ଦିରରେ କାମ କରିବା ଉଚିତ୍ ନୁହେଁ । କୌଣସି ବ୍ୟକ୍ତି ଅନ୍ୟ ସମ୍ପ୍ରଦାୟର ଥାଆନ୍ତି ତେବେ ତାଙ୍କ ଭାବନାକୁ ଆଘାତ ନ ଦେଇ ତାଙ୍କୁ ଅନ୍ୟ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.