ଚେନ୍ନାଇ,୧୩।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀଙ୍କ ଜ୍ୟୋତିଷଙ୍କ ପଡିଛି ଖରାପ ସମୟ। ଜ୍ୟୋତିଷରୁ ଓଏସଡି ହୋଇଥିବା ପଣ୍ଡିତ ରିକି ରାଧା ଭେଟ୍ରିଭେଲଙ୍କୁ ହରାଇବାକୁ ପଡିଛି ନିଜ ପଦବୀ। ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ତାଙ୍କ ନିଯୁକ୍ତିର ୨୪ ଘଣ୍ଟା ମଧ୍ୟରେ ପଦବୀରୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ଭାବରେ ନିଯୁକ୍ତି ଦେଇଥିଲେ। କିନ୍ତୁ, ତାଙ୍କର ନିଯୁକ୍ତି ତୁରନ୍ତ ବିବାଦର ବିଷୟ ପାଲଟିଥିଲା। ଟିଭିକେ ଏବଂ ମେଣ୍ଟ ଅଂଶୀଦାରମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଶିବିର ଏହି ନିଯୁକ୍ତିକୁ ସମାଲୋଚନା କରିଥିଲେ। ଏହା ପରେ, ମୁଖ୍ୟମନ୍ତ୍ରୀ ବିଜୟ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଜ୍ୟୋତିଷ ପଣ୍ଡିତ ରିକି ରାଧା ଭେଟ୍ରିଭେଲଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି।

ସରକାରଙ୍କ ମୁଖ୍ୟ ସଚିବ ଏକ ପତ୍ରରେ କହିଛନ୍ତି, ପଣ୍ଡିତ ଭେଟ୍ରିଭେଲଙ୍କୁ ଓଏସଡି ପଦରେ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି। ମଙ୍ଗଳବାର ଯେତେବେଳେ ମୁଖ୍ୟମନ୍ତ୍ରୀ ଜ୍ୟୋତିଷଙ୍କ ନିଯୁକ୍ତିକୁ ଗ୍ରୀନ୍ ସିଗନାଇଲ ଦେଇଥିଲେ, କିନ୍ତୁ ତାଙ୍କର ଏହି ପଦକ୍ଷେପକୁ ନେଇ ତାମିଲନାଡୁ ରାଜନୀତରେ ବିବାଦ ସୃଷ୍ଟି ହୋଇଥିଲା। ଭିସିକେ, ସିପିଆଇଏମ୍ ଓ ସିପିଆଇ ଭଳି ଦଳ ଯେଉଁମାନେ ତାଙ୍କୁ ଟିଭିକେ ସରକାରଙ୍କୁ ନିଜର ସମର୍ଥନ ଦେଇଥିଲେ, ସେମାନେ ଏହି ପଦକ୍ଷେପକୁ ଖୋଲାଖୋଲି ଭାବରେ ସମାଲୋଚନା କରିଥିଲେ। ବୁଧବାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ, VCK ବିଧାୟକ ଭାନି ଆରାସୁ ସରକାରଙ୍କୁ ସାଇଣ୍ଟିଫିକ୍ ଏବଂ ଲଜିକାଲ ଚିନ୍ତାଧାରା ଉପରେ ଧ୍ୟାନ ଦେବାକୁ ଏବଂ ଯାହାକୁ ପ୍ରାୟତଃ ଅନ୍ଧବିଶ୍ୱାସ ବୋଲି ବିବେଚନା କରାଯାଏ ସେଥିରେ ଧ୍ୟାନ ନ ଦେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ଆମ ସରକାର ଜ୍ୟୋତିଷଶାସ୍ତ୍ରକୁ ନୁହେଁ, ବୈଜ୍ଞାନିକ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ।’

ଉଲ୍ଲେଖନୀୟ ଯେ, ବିଜୟଙ୍କ ସରକାର ଆଜି ତାମିଲନାଡୁ ବିଧାନସଭାରେ ବହୁମତ ହାସଲ କରିଛି। ଫ୍ଲୋର ଟେଷ୍ଟ ପୂର୍ବରୁ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ନିର୍ମଳ କୁମାର କହିଥିଲେ, ପଣ୍ଡିତ ରିକି ରାଧା ଆମ ଦଳର ମୁଖପାତ୍ର ଅଛନ୍ତି। ସେଥିପାଇଁ ଆମେ ତାଙ୍କୁ ନିଯୁକ୍ତ କରିଛୁ। ତାଙ୍କର ଜଣେ ଜ୍ୟୋତିଷ ହେବା ତାଙ୍କ ବ୍ୟକ୍ତିଗତ ଜୀବନର ବିଷୟ। ଯେକୌଣସି ବ୍ୟକ୍ତିଙ୍କୁ OSD ଭାବରେ ନିଯୁକ୍ତ କରାଯାଇ ହେବ। ବାମପନ୍ଥୀ ଦଳଗୁଡ଼ିକ, ସିପିଆଇଏମ୍ ଏବଂ ସିପିଆଇ, ମଧ୍ୟ ଏହି ନିଯୁକ୍ତି ଉପରେ ଭିସିକେ ପରି ସମାନ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାଜ୍ୟ ସମ୍ପାଦକ ପି. ଶାନମୁଗମ କହିଛନ୍ତି ଯେ ବୈଜ୍ଞାନିକ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ସରକାରଙ୍କ ଦାୟିତ୍ୱ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଖର୍ଚ୍ଚରେ ଜଣେ ଜ୍ୟୋତିଷଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେବା କେବଳ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବ। ସିପିଆଇ ରାଜ୍ୟ ସମ୍ପାଦକ ଏମ୍. ବୀରାପାଣ୍ଡିଆନ୍ ସମାନ ଚିନ୍ତା ପ୍ରକାଶ କରିଥିଲେ।

ଉଲ୍ଲେଖନୀୟ ଯେ, ପଣ୍ଡିତ ରିକି ରାଧା ଦୀର୍ଘଦିନ ଧରି ବିଜୟଙ୍କ ବ୍ୟକ୍ତିଗତ ଜ୍ୟୋତିଷ ଏବଂ ଆଧ୍ୟାତ୍ମିକ ପରାମର୍ଶଦାତା ଥିଲେ। ଶପଥ ଗ୍ରହଣ ତାରିଖ ଏବଂ ସମୟ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକରେ ମଧ୍ୟ ତାଙ୍କ ପରାମର୍ଶ ଲୋଡ଼ାଯାଉଥିବା ବିଶ୍ୱାସ କରାଯାଏ। ପଣ୍ଡିତ ରିକି ରାଧା ଟିଭିକେର ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ନିର୍ବାଚନର ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ସେ ଥାଲପତି ବିଜୟ ଏବଂ ତାଙ୍କ ଦଳ, ଟିଭିକେ ପାଇଁ ‘ସୁନାମି ବିଜୟ’ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହା ସଠିକ୍ ମଧ୍ୟ ପ୍ରମାଣିତ ହେଲା।