ନୂଆଦିଲ୍ଲୀ,୭/୭ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଆଜି ତଥା ୭ଜୁଲାଇରେ ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍ ଅବସରରେ ବିଶ୍ବ ସାରା ବହୁ ଲୋକ ଥାଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏବେ ଶୁଭେଚ୍ଛା ଦେଇଥିବା ଲିଷ୍ଟରେ ତାମିଲନାଡ଼ୁର ସିଏମ୍ ବିଜୟଙ୍କ ନାଁ ବି ସାମିଲ ହୋଇଯାଇଛି ।

ସିଏମ୍ ବିଜୟ ଚେନ୍ନାଇ ଥାଲାଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଓ୍ବିଶ୍ କରିଛନ୍ତି । ସିଏମଓ ତାମିଲନାଡ଼ୁର ପେଜରେ ଧୋନୀଙ୍କ ବାର୍ଥଡେକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଲେଖିଛନ୍ତି କି, ଆପଣଙ୍କ ନାମ ପ୍ରତିଧ୍ୱନିତ କରୁଥିବା ପ୍ରତ୍ୟେକ ସହରଠାରୁ ଆରମ୍ଭ କରି ତୁମେ ପ୍ରେରଣା ଦେଇଥିବା ଅଗଣିତ ଲୋକଙ୍କୁ, ତୁମର ଯାତ୍ରା ତାମିଲନାଡୁର କ୍ରୀଡା-ଆଗ୍ରହର ଏକ ମୂଲ୍ୟବାନ ଅଂଶ ପାଲଟିଛି!"

ସେ ଆଗକୁ ଲେଖିଛନ୍ତି କି,‘ଆମ କ୍ୟାପଟେନ କୁଲ’ ମହେନ୍ଦ୍ର ସିଂହ ଧୋନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ! ଆପଣଙ୍କ ଅସାଧାରଣ କ୍ରିକେଟ ଐତିହ୍ୟ, ଶାନ୍ତ ଲିଡରଶିପ ଏବଂ ବିନମ୍ର ସ୍ବଭାବ ଲୋକଙ୍କୁ ପ୍ରେରିତ କରିବା ଜାରି ରଖିଛି । ଆପଣଙ୍କ ଭଲ ସ୍ବାସ୍ଥ୍ୟ, ଖୁସି ଏବଂ ଆଗାମୀ ଯାତ୍ରା ପାଇଁ ସଫଳତାର କାମନା କରୁଛି । ଆପଣଙ୍କ ଲାଗି ବାଜୁଥିବା ସିଟି ଆହୁରି ଦ୍ରୁତ ହେଉ ।