କଟକ ୧୬/୧୧: କଟକ ଐତିହାସିକ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ସିଏମ୍‌ସି ମେୟର ସୁବାଷ ସିଂ। ଉପର ପଡିଆରେ ଅଧା ପନ୍ତରିଆ ଆୟୋଜନ ନେଇ ପ୍ରଶାସନକୁ ସମାଲୋଚନା କରିଛନ୍ତି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ମନମୁଖି ଭାବେ ବାଲିଯାତ୍ରା ଆୟୋଜନ କରିଥିବା ଅଭିଯୋଗ ଆଣିଛନ୍ତି। ଗଣାମଧ୍ୟମ ସମ୍ମୁଖରେ ବାଲିଯାତ୍ରା ନିମନ୍ତ୍ରଣ କାର୍ଡ ଚିରି ପିଙ୍ଗିଛନ୍ତି କଟକ ମେୟର। ଏହି ସମୟ ବିଜେଡ଼ି କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ।

ବାଲିଯାତ୍ରାରେ କେବଳ ଜିଲ୍ଲା ପ୍ରଶାସନ ଆୟୋଜକ ନୁହେଁ । ସିଏମ୍‌ସି, ପୁଲିସ ଓ ଅନ୍ୟ ସରକାରୀ ବିଭାଗକୁ ନେଇ ଏକ ସମନ୍ୱୟ କମିଟି ରହିଛି । ସମନ୍ୱୟ କମିଟି ବୈଠକର ନିଷ୍ପତ୍ତି ଅନୁସାରେ କାମ ହୁଏ। କିନ୍ତୁ ଚଳିତ ବର୍ଷ ସମନ୍ବୟ କମିଟି ବିନା ବାଲିଯାତ୍ରା ଆୟୋଜିତ ହୋଇଛି। ଏଥି ସହିତ ସିଏମସି ନିର୍ବାଚିତ କାଉନସିଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅହଙ୍କାର ପାଇଁ ବାଲିଯାତ୍ରା ଆୟୋଜନ ଅନିୟମିତତା ହୋଇଛି। ଏଥିପାଇଁ ତାଙ୍କ କାର୍ଯ୍ୟକଳାପ ସମୀକ୍ଷା କରିବାକୁ ସରକାରଙ୍କୁ ଲେଖାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ସିଏମ୍‌ସି ମେୟର ସୁବାଷ ସିଂ।