ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସ ପ୍ରସ୍ତୁତି: ଏଥର ପୁଣି ଘରୋଇ ମଣ୍ଡପକୁ ଗଣିବେ ଲକ୍ଷେ ଟଙ୍କା ଭଡ଼ା, ଖର୍ଚ୍ଚ ହେବ ୨୩ ଲକ୍ଷ ୫୦ ହଜାର

Published By : Manoj | August 21, 2025 2:05 PM

କଟକ,୨୧/୦୮: ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସକୁ ବେଶ୍‌  ଧୂମ୍‌ଧାମ୍‌ରେ ପାଳନ କରିବ କଟକ  ମହାନଗର ନିଗମ (ସିଏମ୍‌ସି) । ତେବେ  ଏଥର ଦୀର୍ଘ ୧୫ ଦିନ ଧରି ପାଳନ  କରାଯାଉଛି । ଏଥିପାଇଁ କାଉନ୍‌ସିଲ୍‌ ପକ୍ଷରୁ  ସମ୍ପୂର୍ଣ୍ଣ ସ୍ୱାୟତ୍ତ ଶାସନ ଦିବସ ଖର୍ଚ୍ଚ ପାଇଁ  ୨୩ ଲକ୍ଷ ୫୦ ହଜାର ଟଙ୍କାର ବଜେଟ୍‌  ପ୍ରସ୍ତୁତ ହୋଇସାରିଛି । ସବୁଠୁ ବଡ କଥା  ହେଉଛି ଯେ, ଗତବର୍ଷ ଭଳି ଏଥର ମଧ୍ୟ  ସିଏମ୍‌ସି ସହିଦ୍‌ ଭବନ ବନ୍ଦ ଆଳରେ ଘରୋଇ ମଣ୍ଡପରେ ଏହି ଦିବସ ପାଳନ  କରିବ । ଏଥିପାଇଁ ଘରୋଇ ମଣ୍ଡପକୁ  ଏକ ଲକ୍ଷ ଟଙ୍କା ଭଡ଼ା ଗଣିବା ସହିତ ଏହାର ସାଜସଜ୍ଜା ବାବଦକୁ ୩ ଲକ୍ଷ  ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି । 

ପ୍ରତିବର୍ଷ ଅଗଷ୍ଟ ମାସ ୩୧  ତାରିଖକୁ ରାଜ୍ୟର ଅନ୍ୟ ମହାନଗର  ନିଗମ ସମେତ ସିଏମ୍‌ସିରେ ମଧ୍ୟ ସ୍ୱାୟତ୍ତ  ଶାସନ ଦିବସ ପାଳନ କରାଯାଇଥାଏ ।  ଏହି ଉପଲକ୍ଷେ ସହରବାସୀଙ୍କୁ ବଡବଡ  ପ୍ରକଳ୍ପ ଭେଟି ସ୍ୱରୂପ ଦିଆଯାଇଥାଏ ।  ଏବର୍ଷ ମାତ୍ର ହାତରେ ଦିନ କେଇଟା  ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରକଳ୍ପ ତାଲିକା  ଚୂଡାନ୍ତ ହୋଇପାରୁ ନ ଥିବା ଜଣାପଡିଛି ।  

ଏସବୁ ମଧ୍ୟରେ ସ୍ୱାୟତ୍ତ ଶାସନ ଦିବସ  ପାଳନ ପାଇଁ ୨୩ ଲକ୍ଷ ୫୦ ହଜାରର  ବଜେଟ୍‌ ହୋଇଛି । ସେଥିରେ ମେୟର୍‌  ଓ ଡେପୁଟି ମେୟର୍‌ଙ୍କ ସମେତ  କର୍ପୋରେଟରଙ୍କୁ ସମ୍ବର୍ଦ୍ଧନା ପାଇଁ ୪  ଲକ୍ଷ ଟଙ୍କା, ଘରୋଇ ମଣ୍ଡପ ବୁକିଂ  ପାଇଁ ଲକ୍ଷେ ଓ ସାଜସଜ୍ଜା ପାଇଁ ୩  ଲକ୍ଷ ଟଙ୍କା, ଡ୍ରାମା ପାଇଁ ୩ ଲକ୍ଷ, ବିଭିନ୍ନ  ପ୍ରତିଯୋଗିତା ଆୟୋଜନ ପାଇଁ ଖର୍ଚ୍ଚ  ଦେଢ ଲକ୍ଷ, ପତାକା ଉତ୍ତୋଳନ ପରେ  ମିଠା ଓ ଟିଫିନ୍‌ ବଣ୍ଟନ ପାଇଁ ୪୦ ହଜାର,  ଫଟୋଗ୍ରାଫ୍‌ ପାଇଁ ୪୦ ହଜାର, ସହିଦ୍‌  ଭବନଠାରେ ସ୍ୱାଗତ ସଂଗୀତ ପରିବେଷଣ  ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ।  

ସବୁଠୁ ବଡ କଥା ହେଉଛି ଯେ, ଗତ ବର୍ଷ ସହିଦ୍‌ ଭବନ ପୁନରୁଦ୍ଧାର  ଆଳରେ ଘରୋଇ ମଣ୍ଡପରେ  ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ  ପାଇଥିଲା । ଏଥର ମଧ୍ୟ କାମ ଶେଷ  ପର୍ଯ୍ୟାୟରେ ଥିଲେ ମଧ୍ୟ ଏହାକୁ  ଶୁଭାରମ୍ଭ କରିବାକୁ ମଧ୍ୟ କର୍ତ୍ତୃପକ୍ଷଙ୍କ  ଆନ୍ତରିକତା ଅଭାବ ପରିଲକ୍ଷିତ ହୋଇଛି ।  ଯାହାଫଳରେ ଏଥର ମଧ୍ୟ ସରକାରୀ  ପାଣ୍ଠିରୁ ଭଡା ଗଣିବେ କର୍ତ୍ତୃପକ୍ଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.