ନୂଆଦିଲ୍ଲୀ,୨୧।୫: ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବୟାନରୁ ବିବାଦ ପରେ ଆରମ୍ଭ ହୋଇଥିଲା ‘କକ୍ରୋଚ୍ ଜନତା ପାର୍ଟି’। ଗୁରୁବାର ଫଲୋଅର୍ସ ମାମଲାରେ ଏହା ବିଜେପିକୁ ମଧ୍ୟ ପଛରେ ପକାଇ ଦେଇଥିଲା। ଇନଷ୍ଟାଗ୍ରାମରେ ପାର୍ଟିର ପେଜ୍ ୧ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ସେଭଳି ବିଜେପିର ୮୭ ଲକ୍ଷ ଫଲୋଅର୍ସ ଅଛନ୍ତି।ଏବେ ପାର୍ଟିର ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ ହୋଇଯାଇଛି। ତେବେ ସୂଚନା ଅନୁସାରେ, ପାର୍ଟିର ଇନଷ୍ଟାଗ୍ରାମ ପେଜ ଏବେ ବି ଦେଖାଯାଉଛି।
ଏକ୍ସ ଆକାଉଣ୍ଟ ବନ୍ଦ ହେବାପରେ ଏହାର ଫାଉଣ୍ଡର ଅଭିଜିତ ଦିପକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଯାହାର ଭୟ ଥିଲା ତାହା ହେଲା ଓ ତାଙ୍କ ପେଜ୍କୁ ବ୍ୟାନ୍ କରି ଦିଆଗଲା। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଯାହାର ଭୟ ଥିଲା ତାହା ହେଲା। ପୂର୍ବରୁ ସେ ଆମର ଆକାଉଣ୍ଟ ହ୍ୟାକ୍ କରିବାର ଚେଷ୍ଟା କରିଥିଲେ ଯେତେବେଳେ ଏହା ହେଲାନି ସେତେବେଳେ ସେମାନେ ଏହାକୁ ବ୍ୟାନ୍ କରିଦେଲେ। ଆମର ଏକ୍ସର ଅଫିସିଆଲ ଆକାଉଣ୍ଟ ବର୍ତ୍ତମାନ ଭାରତରେ ଦେଖିବାକୁ ମିଳୁନି।
ସେ ଯୁବପୀଢିଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, ମୁଁ ଚାହୁଁଛି ଆପଣମାନେ ସ୍ବର ଉତ୍ତୋଳନ କରନ୍ତୁ, ଏହାକୁ କାହିଁକି ବ୍ୟାନ୍ କରାଗଲା। ଏହା ଉପରେ ଏଭଳି କ’ଣ ଲେଖାଥିଲା। ଆମେ କେବଳ ସରକାରଙ୍କୁ ଆକାଉଣ୍ଟବିଲିଟି୍ ମାଗୁଛୁ। ଆମେ କୌଣସି ଭୁଲ ଜିନିଷ ଲେଖିନଥିଲୁ। ବଦଳରେ ଏଥିରେ ଆମର ଆକାଉଣ୍ଟ ଡିଆକ୍ଟିଭେଟ୍ କରି ଦିଆଯାଇଥିଲା। ଏହା କେଉଁଠିକାର ଡେମୋକ୍ରାସି। ମୁଁ ଚାହୁଁଛି ଆପଣ ସବୁ ଏ ପ୍ରଶ୍ନ ପଚାରନ୍ତୁ। ଏହି ମାମଲାରେ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସିଜେଆଇ ବେରୋଜଗାର ଯୁବପୀଢିଙ୍କ ଉପରେ ଏକ ଟିପ୍ପଣୀ ଦେଇଥିଲେ। ସେ ଏକ ଆବେଦନ ଉପରେ ଶୁଣାଣି ବେଳେ କହିଥିଲେ କିଛି ଯୁବପୀଢି ଅସରପାଙ୍କ ଭଳି, ଯାହାଙ୍କୁ ନା କୌଣସି ରୋଜଗାର ମିଳେ, ନା କୌଣସି ପେଶାରେ ତାଙ୍କ ସ୍ଥାନ ନଥାଏ। ଏହା ଭିତରେ କିଛି ମିଡିଆ, ସୋସିଆଲ ମିଡିଆ ଏବଂ ଆରଟିଆଇ କର୍ମୀ ରହିଛନ୍ତି। ତାଙ୍କର ଏହି ବୟାନ ଖୁବ୍ ଚର୍ଚ୍ଚାରେ ଆସିଥିଲା। ଲୋକେ ଅସନ୍ତୋଷ ପ୍ରକାଶ କରି ଥିଲେ। ତେବେ ସିଜେଆଇ ତା ପରଦିନ ଏକ ବୟାନ ଜାରି କରି କହିଥିଲେ, ଏହି କଥା କେବଳ ନକଲି ଡିଗ୍ରିଧାରୀଙ୍କ ପାଇଁ କହିଥିଲେ। ତାଙ୍କର ଉଦ୍ଦେଶ୍ୟ ଦେଶର ଯୁବପୀଢିଙ୍କୁ ଆଘାତ ଦେବା ନୁହେଁ।
ଆହୁରି ପଢନ୍ତୁ :Cockroach Janata Party : ବିଜେପିକୁ ପଛରେ ପକାଇଲା କକ୍ରୋଚ୍ ଜନତା ପାର୍ଟି, ଫଲୋର୍ସଙ୍କ ଭିତରେ ବହୁ ସେଲିବ୍ରେଟି