ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଇତିହାସ ରଚିଲେ କୋକୋ ଗଫ୍; ଜିତିଲେ ଫ୍ରେଞ୍ଚ୍ ଓପନ୍

Published By : Bijay Swain | June 7, 2025 11:32 PM

Image courtesy: indiatoday

ନୂଆଦିଲ୍ଲୀ: ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ବର୍ଗ ଫାଇନାଲ୍ ଜିତି ଆମେରିକାର କୋକୋ ଗଫ୍ ଇତିହାସ ରଚିଛନ୍ତି । ଫାଇନାଲ୍‌ରେ ସେ ଦୁନିଆର ଏକ ନମ୍ୱର ଖେଳାଳି ଏରିନା ସାବାଲେଙ୍କାକୁ ହରାଇଛନ୍ତି । କୋକୋ ଗଫ୍ ପ୍ରଥମ ସେଟ୍ ହାରିବା ପରେ ଜୋରଦାର କମ୍‌ବ୍ୟାକ୍ କରି ସାବାଲେଙ୍କାଙ୍କୁ ୬-୭, ୬-୨, ୬-୪ରେ ପରାସ୍ତ କରିଛନ୍ତି । ଏହାସହ କୋକୋ ନିଜର ପ୍ରଥମ ରୋଲାଣ୍ଡ ଗାରୋସ ଟାଇଟଲ୍ ଜିତିଛନ୍ତି । ପ୍ରଥମ ସେଟ୍‌କୁ କଡ଼ା ମୁକାବିଲାରେ ହାରିବା ପରେ କୋକୋ ନିଜ ଗିୟର ବଦଳାଇଥିଲେ ଓ ପରବର୍ତ୍ତୀ ଦୁଇ ସେଟ୍‌ରେ ସାବାଲେଙ୍କାଙ୍କୁ ଫେରିବାର ସୁଯୋଗ ଦେଇନଥିଲେ ।

ଫ୍ରେଞ୍ଚ ଓପନ୍ ଜିତିବା ପରେ କୋକୋ ଗଫ୍ ଷ୍ଟାଣ୍ଡରେ ଉପସ୍ଥିତ ନିଜ ମାଆ ଓ କୋଚ୍‌ଙ୍କୁ ଆଲିଙ୍ଗନ କରି ନିଜ ବିଜୟ ଖୁସି ମନାଇଥିଲେ । ଦ୍ୱିତୀୟ ରାଙ୍କିରେ ଗଫ୍ ଏହା ପୂର୍ବରୁ ୨୦୨୩ରେ ଆମେରିକୀୟ ଓପନ୍ ଜିତିଥିଲେ । ରୋଲାଣ୍ଡ ଗାରୋସରେ ୨୦୧୩ ପରେ ପ୍ରଥମ ଥର ପାଇଁ ଦୁନିଆର ଏକ ନମ୍ୱର ଓ ଦୁଇ ନମ୍ୱର ଖେଳାଳିଙ୍କ ମଧ୍ୟରେ ମୁକାବିଲା ଖେଳାଯାଇଥିଲା । ୧୨ ବର୍ଷ ପୂର୍ବେ ମାରିଆ ସାରାପୋଭାଙ୍କୁ ହରାଇ ସାରେନା ୱିଲିୟମ୍ସ ଟାଇଟଲ୍ ଜିତିଥିଲେ । ଗତ ୩୦ ବର୍ଷରେ ଏହା ଦ୍ୱିତୀୟ ଥର, ଯେତେବେଳେ ଦୁଇ ଶୀର୍ଷ ଖେଳାଳିଙ୍କ ମଧ୍ୟରେ ଏହି ମୁକାବିଲା ହୋଇଥିଲା ।

ତିନି ବର୍ଷ ପୂର୍ବେ ଫ୍ରେଞ୍ଚ୍ ଓପନ୍‌ରେ ପଦାର୍ପଣ କରିଥିବା ୧୮ ବର୍ଷୀୟ ଗଫ୍ ଫାଇନାଲ୍‌ରେ ପରାଜିତ ହୋଇଥିଲେ । ସେ ଏଥର ଫ୍ରାନ୍ସର ୱାଇଲ୍ଡ କାର୍ଡଧାରୀ ଲୋଇ ବୋଇସୋଙ୍କୁ ୬-୧, ୬-୨ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ସାବାଲେଙ୍କା ମେ’ରେ ମାଡ୍ରିଡ୍ ଓପନ୍‌ରେ ଗଫ୍‌ଙ୍କୁ ହରାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.