ରେମୁଣା, ୧୬/୫(ଆପ୍ର): ଶୁକ୍ରବାର ଅପରାହ୍ନ ୩ ଘଟିକା ରୁ ୩ ଟା ୩୦ ମିନିଟ ସମୟରେ ରେମୁଣା ଅଂଚଳରେ ଭୟଙ୍କର ବଜ୍ରପାତ ଘଟିଥିଲା। ଯଦିବା ଏଥିରେ କେହି ମୃତାହତ ହୋଇନାହାନ୍ତି, ତେବେ ପୃଥକ ଭାବେ ୨ଟି ସ୍ଥାନରେ ବଜ୍ରପାତରେ ୨ଟି ନଡ଼ିଆ ଗଛ ଭସ୍ମି୍ଭୁତ ହୋଇଯାଇଛି। ଅପରାହ୍ନ ୩. ୧୦ ମିନିଟ ସମୟରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁର ଗାଁ ନରେନ୍ଦ୍ର ନାୟକଙ୍କ ବାଡ଼ିରେ ଥିବା ନଡ଼ିଆ ଗଛରେ ବଜ୍ରାଘାତ ଘଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ଏ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଅବଶିଷ୍ଟ ନିଆଁକୁ ଆୟତ କରିଥିଲେ। ସେହିପରି ଅପରାହ୍ନ ୩. ୩0 ମିନିଟ ସମୟରେ ରେମୁଣା ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣପୁର (କାକୋବରାଇ) ଗ୍ରାମର ଗୁଣାକର ଦାସଙ୍କ ଘର ବାଡ଼ିର ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା। ଖବର ପାଇ ରେମୁଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ। ସୂଚନା ଅନୁସାରେ ଉଭୟ ସ୍ଥାନରେ କେହି ମୃତାହତ ହୋଇ ନାହାନ୍ତି।