ଭୁବନେଶ୍ୱର ୨୮/୦୩ : ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା। ଆଜି ବି କଂଗ୍ରେସ ପ୍ରତିବାଦ ରାଲି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକ ନଗର ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଗଲେ ନିଲମ୍ବିତ ବିଧାୟକ । ପ୍ରତିବାଦ ରାଲିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ , ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ୧୪ ନିଲମ୍ବିତ ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି। 


ସୂଚନା ଅନୁଯାଇ, ଗୁରୁବାର ଗାନ୍ଧିମାର୍ଗରେ ନାରୀ ସୁରକ୍ଷା ପାଇଁ କଂଗ୍ରେସର ବିକ୍ଷୋଭ ବେଳେ  କର୍ମୀ-ପୁଲିସ ବାହିନୀ ମୁହାଁମୁହିଁ  ହୋଇଥିଲେ। ଉଭୟ ପକ୍ଷରୁ କେହି କାହାରିକୁ ଛାଡି ନଥିଲେ । କଥା ଧସ୍ତାଧସ୍ତି କି ଠେଲାପେଲାରେ  ଅଟକିଲାନି । ଟେକାପଥର, ଚେୟାର ବର୍ଷା  ସାଙ୍ଗକୁ ଲାଠିମାଡ଼ ଚାଲିଲା । ଗାନ୍ଧିମାର୍ଗ  ଏକରକମର ରଣକ୍ଷେତ୍ର ପାଲଟିଥିଲା । ପୋଲିସ ଲାଠି ମାଡ଼ରେ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି।