ବଲାଙ୍ଗୀର୨୩/୫ : ବର୍ତ୍ତମାନ ବଜାରରେ କଏନ୍ ର ଅଭାବକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି l ଗତ ମେ ୨୧, ୨୨ ଏବଂ ୨୩ ତାରିଖ ତିନି ଦିନ ଧରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବଲାଙ୍ଗିର ଶାଖା ତରଫରୁ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହୋଇଯାଇଛି l ବ୍ୟାଙ୍କ୍ ସମ୍ମୁଖରେ ଅନୁଷ୍ଠିତ ଏହି କଏନ ଏକ୍ସଚେଞ୍ଜ ମେଳାରେ ଶତାଧିକ ଜନସାଧାରଣ ଆସି ଟଙ୍କା ନୋଟ ବଦଳରେ ସେହି ସମାନ ସଂଖ୍ୟାର କଏନ ନେଇଥିଲେ l ଗ୍ରାହକଙ୍କ ଆବଶ୍ୟକ ମୁତାବକ ଏସ୍ ବି ଆଇ ପକ୍ଷରୁ ପ୍ରଦତ୍ତ ଦୁଇ ଟଙ୍କିଆ,ପlଞ୍ଚ ଟଙ୍କିଆ, ଦଶ ଟଙ୍କିଆ ଓ ୫୦ ଟଙ୍କିଆ କଏନ ଯୋଗୁଁ ବଜାରରେ ଖୁଚୁରା ପଇସାର ଅଭାବ ଜନିତ ସମସ୍ୟା କିଛିକାଂଶରେ ଦୂର ହୋଇପାରିବ ବୋଲି ଏସ୍ ବି ଆଇ ବଲାଙ୍ଗୀର ଶାଖା ପରିଚାଳକ ପ୍ରଣବ କୁମାର ଦାସ ସୂଚନା ଦେଇଛନ୍ତି l ତିନି ଦିନ ଧରି ଅନୁଷ୍ଠିତ ଏହି ମେଳାରେ ପ୍ରାୟ ୮ ଲକ୍ଷ ଟଙ୍କାର କାରବାର ହୋଇଥିବା ଷ୍ଟେଟ୍ ବ୍ୟାଙ୍କ ସୂତ୍ରରୁ ପ୍ରକାଶ l ଏସ୍ ବି ଆଇ ବଲାଙ୍ଗୀର ଶାଖା ପରିଚାଳକ ପ୍ରଣବ କୁମାର ଦାସ, ଡେପୁଟି ମ୍ୟାନେଜର ପ୍ରମୋଦ କୁମାର ସାହୁ ଓ କ୍ୟାସିୟର୍ ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହୋଇଥିଲା l