ଘୁ.ଉଦୟଗିରି: ୧୦/୧୧ :କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବେଶି ଅନୁଭବ ହେଉଛି। ସୋମବାର ସକାଳେ ପାରଦ ୮ .୪ ଡିଗ୍ରୀ ସେଲସିଅସ୍କୁ ଖସିଯାଇଥିବା ବେଳେ ସହର ଓ ଆଖପାଖ ଅଞ୍ଚଳ ଶୀତରେ ଥରୁଛି । ପ୍ରଭାତ ସମୟରେ ଘନ କୁହୁଡ଼ି ଛାଇଥିଲା ଓ ଦୃଶ୍ୟମାନତା ହ୍ରାସ ପାଇଥିଲା।
ଘୁ.ଉଦୟଗିରିର ପର୍ବତ ଓ ଜଙ୍ଗଲ ଅଞ୍ଚଳରେ ଏହି ଶୀତ ଲହରୀ ଅଧିକ ଭାବରେ ଅନୁଭବ ହେଉଛି। ସେହିପରି ଫୁଲବାଣୀ ସହରରେ ୧୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।ତେବେ ଶନିବାର ୧୧ ଡିଗ୍ରୀ ଓ ରବିବାର ୧୧.୪ ଡିଗ୍ରୀ ରହିଥିବା ବେଳେ ଘୁ ଉଦୟଗିରିରେ କ୍ରମାଗତ ଭାବରେ ପାରଦ ଖସି ୮.୪ ଡିଗ୍ରୀ ସେଲସିୟକୁ ପହଞ୍ଚିଛି ।
ଶୀତର ପ୍ରକୋପ ବଢୁଥିବାରୁ ସକାଳେ ଲୋକମାନେ ନିଆଁ ଜାଳିବା ଆରମ୍ଭ କଲେଣି। ଏପରିକି ଚା ଦୋକାନଗୁଡ଼ିକରେ ଭିଡ଼ ଦେଖାଯାଇଛି। ଶୀତ ବୃଦ୍ଧି ପାଇବା ସହ ଗରିବ ଓ ନିରାଶ୍ରୟ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କ କହିବା ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ତାପମାତ୍ରା ଅଧିକ ହ୍ରାସ ପାଇପାରେ। ଅଧିକ ଶୀତ ସହିତ ଜାଡ ହେବ ବୋଲି ଅନୁମାନ କରୁଛନ୍ତି। କାରଣ ଏହି ବର୍ଷ ଅଧିକ ବର୍ଷା ହୋଇଥିବାରୁ ଏହା ଅନୁମାନ କରି କହିଛନ୍ତି । ଲୋକମାନେ ଗରମ ପୋଷାକ ପିନ୍ଧିବା ସହ ସକାଳ ଓ ସନ୍ଧ୍ୟା ବେଳେ ବାହାରକୁ କମ୍ ଯିବା ଆସିବା କରୁଛନ୍ତି।
ତେବେ ଦାରିଙ୍ଗବାଡି ତୁଳନାରେ ପ୍ରତିବର୍ଷ ଘୁ. ଉଦୟଗିରି ସହର ସର୍ବାଧିକ ଶୀତ ସହର ରହିଛି।ଘୁ ଉଦୟଗିରି ସହରକୁ କୌଣସି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉନାହିଁ । ଯେପରି ପର୍ଯ୍ୟଟନ କ୍ଷେତ୍ର ଉନ୍ନତି କରିବା ନିମନ୍ତେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି ।ସେଗୁଡିକ ଉନ୍ନତ କଲେ ପର୍ଯ୍ୟଟନ କ୍ଷେତ୍ରରେ ଅଞ୍ଚଳ ବୃଦ୍ଧି ହେବା ସହିତ ଅନେକ ପର୍ଯ୍ୟଟକ ଆସିଲେ ଅଞ୍ଚଳ ଉନ୍ନତ ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି ।