ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଜନଶୁଣାଣି ଶିବିର : ଜିଲ୍ଲାପାଳ ଶୁଣିଲେ ୬୭ ଅଭିଯୋଗ

Published By : Suraj Kumar | January 27, 2025 7:47 PM

ଚନ୍ଦାହାଣ୍ଡି , ୨୭।୧ - ଚନ୍ଦାହାଣ୍ଡି ବ୍ଲକ ସଭାଗୃହଠାରେ  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର  ଯୋଗ ଦେଇ ଚନ୍ଦାହାଣ୍ଡି ବ୍ଲକର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ  ଶୁଣାଣି କରିଥିଲେ। 

ଜିଲ୍ଲାପାଳଙ୍କ ୬୭ ଟି ଅଭିଯୋଗ ମଧ୍ୟରୁ  ୪୮ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୂହିକ ଅଭିଯୋଗ ରହିଥିଲା।  l. ଏହି ଅବସରରେ   ଗୋପାଳ ଜଗତ, ମହମ୍ମଦ ସେହେଜାଦ, ଜୟନ୍ତ ବେହେରାଙ୍କୁ   ଜମି ପଟ୍ଟା   ଚନ୍ଦାହାଣ୍ଡି ତହସିଲଦାର ପ୍ରଦାନ କରିଥିଲେ l ସେମାନଙ୍କ ପଟ୍ଟାରେ ଜାତି ଉଲ୍ଲେଖ ନ ଥିବାରୁ   ସେମାନଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ  ଏହାର ତୁରନ୍ତ ପଦକ୍ଷେପ ନେବାକୁ ଆଇନଜୀବୀ ମହମ୍ମଦ ହୁସେନ  ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଏହାର ତୁରନ୍ତ ପଦକ୍ଷେପ ନେବାକୁ ତହସିଲଦାର ସହଦେଵ କୂତୃକାଙ୍କୁ ନିର୍ଦେଶ ଦେଇଥିଲେ l ୩ଜଣ ଭିନ୍ନକ୍ଷମଙ୍କୁ ହ୍ବିଇଲ  ଚେୟାର ପ୍ରଦାନ କରାଯିବା ସହ ୩୧ ଜଣଙ୍କୁ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇ ଥିଲା l ଜିଲ୍ଲା ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଏସପି  ମିହିର କୁମାର ପଣ୍ଡା, ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ସହଦେଵ କୁତୃକା, ଥାନା ଅଧିକାରୀ   ପ୍ରଶାନ୍ତ କୁମାର କୋଲର୍ସ , ସମସ୍ତ ବିଭାଗର ଜିଲ୍ଲା ଅଧିକାରୀ, ବ୍ଲକ ଅଧିକାରୀ ,ସମସ୍ତ ପଞ୍ଚାୟତର ପିଇଓ ଏବଂ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l

ପଟଖଲିଆ ପଞ୍ଚାୟତ ସଦରରେ ରହିଥିବା ଲାଖ ପ୍ରୋସେସିଂ  ମେସିନ, ଚିଲିଗାଁ ଧାନ ମଣ୍ଡି, ଏବଂ ରତାଖଣ୍ଡିପଡା ଠାରେ ରହି ଥିବା  କାଷ୍ଠ ଶିଳ୍ପ ପରିଦର୍ଶନ କରି କାରିଗରମାନଙ୍କୁ ଉନ୍ନତ ଧରଣର କାଷ୍ଠ କାରୁକାର୍ଯ୍ୟ କରିବା ସକାଶେ ଜିଲାପାଳ  ପରାମର୍ଶ ଦେଇ ଥିଲେ l ପଟଖଲିଆ  ଠାରେ ଥିବା ଲାଖ ପ୍ରୋସେସିଂ ମେସିନ ଚଳାଇବା ସହ ଏଠାରେ  ଲାଖ ଉତ୍ପାଦନ ବିକ୍ରୟ ଏବଂ ଲାଖ ଶିଳ୍ପ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି  ମହିଳା ସ୍ୱୟଂ ସହାୟିକା  ଏବଂ ଲାଖ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.