କାମାକ୍ଷାନଗର, ୧୯।୩ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ମାର୍ଥାପୁର ଗ୍ରାମର । ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
ବୁଧବାର କଲେଜରେ ଗୋଟିଏ ସିଟିଙ୍ଗ ପରୀକ୍ଷା ସାରି ଛାତ୍ରୀ ଜଣକ ଆଉ ଘରକୁ ଫେରିନଥିଲେ। ଗୁରୁବାର ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ କଲେଜ ବ୍ୟାଗ ସହିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ଓ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି। ଘଟଣାସ୍ଥଳରେ ଢେଙ୍କାନାଳ ଏସପି ପହଞ୍ଚି ତଦନ୍ତ କରିଥିଲେ।