ଆଳି, ୨୩/୫(ଆପ୍ର): କଟକ-ଚାନ୍ଦବାଲି ରାସ୍ତାର ଆଳି ବାଳକାଟି ନିକଟରେ ଥିବା ଗଡ଼ଗଡି ସେତୁ ଉପରୁ ଖରସ୍ରୋତା ନଦୀକୁ ଜଣେ କଲେଜ ଛାତ୍ରୀ ଡେଇଁ ପଡ଼ିଥିବା ବେଳେ ତାଙ୍କୁ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ମାନେ ଉଦ୍ଧାର କରିଛନ୍ତିl ଛାତ୍ରୀ ଜଣକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଆଳି ମେଡିକାଲ ଅଣା ଯାଇଥିଲାl ଆଳି ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇଥିଲାl ଯୁବତୀ ଜଣକ ରାଜକନିକା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଅଞ୍ଚଳର ବୋଲି ଜଣାପଡିଛିl ଛାତ୍ରୀଜଣଙ୍କ କେଉଁ କାରଣରୁ ନଦୀକୁ ଡେଇଁଥିଲେ ତାହା ଜଣାପଡି ପାରିନାହିଁl

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...