ନୂଆଦିଲ୍ଲୀ,୨୯/୦୧: କଲମ୍ବିଆରେ ବଡ଼ ବିମାନ ଦୁର୍ଘଟଣା।ସରକାରୀ ଏୟାରଲାଇନ୍ସ ସାଟେନାର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି ।ଫଳରେ ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା ବେଳେ ‘ଲା ପ୍ଲାୟା ଡେ ବେଲେନ’ ନିକଟ ପାର୍ବରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କଲମ୍ବିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦୁର୍ଘଟଣାର କାରଣ ଖୋଜୁଛି । ପ୍ରାଥମିକ ସୂଚନା ଅନୁସାରେ ଖରାପ ପାଗ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

ଏନେଇ ରାଷ୍ଟ୍ରପତି ପେଟ୍ରୋ ଶୋକ ପ୍ରକାଶ କରିବା ସହ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି,କେହି ଜୀବିତ ନାହାନ୍ତି । ଦୁର୍ଘଟଣାର କାରଣ ଜଣାପଡିନାହିଁ। ତେବେ ଦୁର୍ଘଟଣାସ୍ଥଳଟି ପୂର୍ବ ଆଣ୍ଡିଜ୍ ପର୍ବତମାଳାର ଏକ ଦୁର୍ଗମ, ଘନ ଜଙ୍ଗଲ ଘେରା ଅଞ୍ଚଳ, ଯେଉଁଠାରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହୁଏ।

ଆହୁରି ପଢନ୍ତୁ-ସିସିଟିଭିରେ ବାରାମତୀ ବିମାନ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ, ପ୍ରତ୍ୟକ୍ଷଦର୍ଶୀ କହିଲେ ସେତେବେଳର ଦୃଶ୍ୟ ଥିଲା ଅତ୍ୟନ୍ତ ଭୟାବହ, ଦେଖନ୍ତୁ ଭିଡିଓ…

ସ୍ଥାନୀୟ ସମ୍ବାଦ ପତ୍ରିକା ସେମାନା ସହିତ କଥାବାର୍ତ୍ତା କରି ଉତ୍ତର ସାଣ୍ଟାଣ୍ଡର ରାଜ୍ୟର ରାଜ୍ୟପାଳ ୱିଲିୟମ୍ ଭିଲାମିଜାର୍ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସାତଟି ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ଜଣେ କଲମ୍ବିଆନ୍ ସାଂସଦ ଏବଂ ଜଣେ ବିଧାନସଭା ପ୍ରାର୍ଥୀ ଥିଲେ।ବାମପନ୍ଥୀ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏକ୍ସରେ ଲେଖିଛନ୍ତି, "ଏହି ମୃତ୍ୟୁ ପାଇଁ ମୁଁ ଗଭୀର ଦୁଃଖିତ। ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।" ମୃତକଙ୍କ ତାଲିକାରେ କଲମ୍ବିଆର ଚାମ୍ବର ଅଫ୍ ଡେପୁଟିର ସଦସ୍ୟ ୩୬ ବର୍ଷୀୟ ପ୍ରତିନିଧି ଡାୟୋଜେନେସ୍ କ୍ୱିଣ୍ଟେରୋ ଏବଂ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କାର୍ଲୋସ୍ ସାଲସେଡୋ ଅନ୍ତର୍ଭୁକ୍ତ।