ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଲମ୍ବିଆ ଗୃହଯୁଦ୍ଧ; ଗଲାଣି ୧୦୦ ଜୀବନ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

Published By : Ankita S | January 21, 2025 9:14 AM

କଲମ୍ବିଆ,୨୧/ ୧: ବାଲାଂଦେଶ ଓ ସିରିୟା ପରେ ଅଶାନ୍ତ ହୋଇଛି କଲମ୍ବିଆ । ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ କାରଣରୁ ୧୦୦ଜଣଙ୍କ ମୃତ୍ୟୁ ହୋଇଛି । ବିଦ୍ରୋହୀ ଗ୍ରୁଟ ଲେବରସନ ଆର୍ମି ସହ ଶାନ୍ତି ଫେରିବା ଆଲୋଚନା ବିଫଳ ହୋଇଛି । ଫଳରେ ଦେଶର ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଏ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

କଲମ୍ବିଆ ହିଂସାରେ ଏବେ ସୁଦ୍ଧା ୧୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏକାଧିର ଆହତ ହୋଇଛନ୍ତି । ହିଂସା କାରଣରୁ ୧୧ ହଜାରରୁ ଅଧିକ ସ୍ଥାନନ୍ତରିତ ହୋଇଛନ୍ତି । କଲମ୍ବିଆ କେଟାଟ୍ଟୁମ୍ବି ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଶାନ୍ତି ଫେରିବା ନେଇ ଆଲୋଚନା ବିଫଳ ହୋଇଛି । ଫଳରେ ଏହି ଅଞ୍ଚଳରେ ଷ୍ଟେଟ ଏମରଜେନ୍ସିଂ ଲାଗୁ ହୋଇଛି । ୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି ।

ହିଂସାର କାରଣ କଣ- କେଟାଟ୍ଟୁମ୍ବି ଅଞ୍ଚଳରେ ନିଶାଦ୍ରବ୍ୟ ଯେପରି କୋକେନ ଓ ତସ୍କରୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଦୁଇ ସଶସ୍ତ୍ର ସଂଗଠନ ନ୍ୟାସନାଲ ଲେବସେସନ ଆର୍ମି ଏବଂ କଲମ୍ବିଆ ମାର୍କର୍ସସିଷ୍ଟ ରିବୋଲ୍ୟୁସନାରୀ ସଶସ୍ତ୍ର ଫୋର୍ସ (ଏଫଏଆରସି) ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଦୁଇ ସଂଗଠନ ମଧ୍ୟରେ ଶାନ୍ତି ଫେରାଇବାକୁ ପ୍ରୟାସ କରାଯାଇଥିଲା । ମାତ୍ର ଆଲୋଚନା ବିଫଳ ହୋଇଛି । ହିଂସା ଆହୁରି ବଢି ବାରେ ଲାଗିଛି । ହିଂସା କାରଣକୁ ଲୋକ ଘର ଛାଡିବାକୁ ବାଧ୍ୟ ହୋଇଥିଲେ । ପଡୋଶୀ ରାଜ୍ୟକୁ ଚାଲି ଯାଇଛନ୍ତି ଲୋକ । କିଛି ଲୋକ  କଲମ୍ବିଆ ସୀମା ପାର କରି ବେନେଜୁଏଲା ପହଞ୍ଚିଛନ୍ତି ।


ଏହା ବି ପଢନ୍ତୁ...୨୦୨୪ରେ ବିଶ୍ଵରେ କାୟା ବିସ୍ତାର କରିଛି ଯୁଦ୍ଧ, ବର୍ଷସାରା ମଧ୍ୟପ୍ରାଚ୍ୟ ଅଶାନ୍ତ... ବର୍ଷିଛି ମିସାଇଲ

ଏକ ସୟରେ ରିବୋଲ୍ୟୁସନାରୀ ସଶସ୍ତ୍ର ବଳ  କଲମ୍ବିଆ ସବୁଠୁ ବଡ ସଂଗଠନ ମଧ୍ୟରୁ ଗୋଟିଏ ଥିଲା  । ୨୦୧୬ରେ ଏଫଏଆରସି, ଇଏଲଏନ ଏବଂ ଡ୍ରଗ୍ସ ତସ୍କରୀ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଏହାକୁ ନେଇ କିଛି ବିବାଦ ହେବାରୁ ହିଂସା ପରି ସ୍ଥିତି ଉପୁଜିଥିଲା । ଏ ବିବାଗ ନିଶା କାରବାର ସହ ଜଡିତ । ହିଂସା କାରଣରୁ ସାଧାରଣଙ୍କ ଉପରେ ପ୍ରଭାବ ପଡିଛି । ଯୁଦ୍ଧ କାରଣକୁ ସାଧାରଣ ଲୋକଙ୍କ ଜୀବନ ଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.