ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥି, ନିର୍ବାଚନୀ ରାଲିରେ ମୁଣ୍ଡରେ ବାଜିଥିଲା ଗୁଳି

Published By : Tapas Panda | August 11, 2025 6:18 PM

 ନୂଆଦିଲ୍ଲୀ: କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୃତ୍ୟୁ  । ଜୁନ୍ ୭ରେ ନିର୍ବାଚନୀ ପ୍ରଚାର ସମୟରେ ଉରିବେଙ୍କ ଉପରେ ଗୁଳି ମାଡ଼ ହୋଇଥିଲା । ଦୁଇଟି ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା। ୩୯ ବର୍ଷୀୟ ଉରିବେ ଗତ ବର୍ଷ ଅକ୍ଟୋବରରେ ଘୋଷଣା କରିଥିଲେ ଯେ, ସେ ୨୦୨୬ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଉରିବେଙ୍କ ପତ୍ନୀ ମାରିଆ କ୍ଲାଉଡିଆ ଟାରାଜୋନା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ମୋତେ ତୁମ ବିନା ବଞ୍ଚିବାର ରାସ୍ତା ଦେଖାନ୍ତୁ।’

ରଏଟର୍ସ ଅନୁଯାୟୀ, କଲମ୍ବିଆ ପୁଲିସ ଜୁଲାଇରେ ଏହି ମାମଲାରେ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିଲା । ଦି ଗାର୍ଡିଆନରେ ପ୍ରକାଶିତ ଖବର  ଅନୁସାରେ, ଉରିବେଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲେ ବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିଲା  ।

୨୦୨୬ରେ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମିଗୁଏଲ ଉରିବେଙ୍କୁ ରାଷ୍ଟ୍ରପତି ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଭାବରେ ବିବେଚନା କରାଯାଉଥିଲା । ୩୯ ବର୍ଷୀୟ ଉରିବେ ବିରୋଧୀ ସେଣ୍ଟ୍ରୋ ଡେମୋକ୍ରାଟିକୋ କଞ୍ଜରଭେଟିଭ ପାର୍ଟିର ସଦସ୍ୟ ଥିଲେ। ଉରିବେ ହେଉଛନ୍ତି କଲମ୍ବିଆର ପ୍ରସିଦ୍ଧ ସାମ୍ବାଦିକା ଡାଏନା ଟର୍ବେଙ୍କ ପୁଅ । ଡାଏନାଙ୍କୁ ୧୯୯୧ ମସିହାରେ ବୋଗୋଟାରେ ଡ୍ରଗ୍ ମାଫିଆ ପାବ୍ଲୋ ଏସ୍କୋବାରଙ୍କ ମେଡେଲିନ୍ କାର୍ଟେଲ୍ ଅପହରଣ କରିଥିଲା । ସେମାନଙ୍କ କବଳରୁ ଉଦ୍ଧାର କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଡାଏନା ସେ ସମୟର ଜଣେ ବଡ଼ ସାମ୍ବାଦିକ ଥିଲେ । ଯିଏ ନିରନ୍ତର ଡ୍ରଗ୍ସ ଚାଲାଣ ଏବଂ ସଂଗଠିତ ଅପରାଧ ବିରୋଧରେ ଲେଖୁଥିଲେ । 

ମିଗୁଏଲ ଉରିବେ ପିଲାଦିନରୁ ରାଜନୀତି ସହ  ଜଡିତ। ସେ ପୂର୍ବତନ ରାଷ୍ଟ୍ରପତି ଜୁଲିଓ ସେସାର ଟର୍ବେଙ୍କ ନାତି । ଜୁଲିଓ ସେସାର ଟର୍ବେ ୧୯୭୮ ରୁ ୧୯୮୨ ପର୍ଯ୍ୟନ୍ତ କଲମ୍ବିଆର ୨୫ତମ ରାଷ୍ଟ୍ରପତି ଥିଲେ । ସେ କଲମ୍ବିଆନ ଲିବରାଲ ପାର୍ଟିର ଜଣେ ପ୍ରମୁଖ ନେତା ଥିଲେ। ତାଙ୍କର ରାଜନୈତିକ ବିଚାରଧାରା ଉଦାରବାଦୀ ଥିଲା ଏବଂ ସେ ସାମାଜିକ ସଂସ୍କାର ସପକ୍ଷରେ ଥିଲେ । କିନ୍ତୁ ତାଙ୍କର ରକ୍ଷଣଶୀଳ ନୀତି ତାଙ୍କୁ ବିବାଦୀୟ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.