ଭୁବନେଶ୍ବର, ୨୯/୧୨: ଜିରୋ ନାଇଟ୍ ପାଇଁ କମିଶନରେଟ୍ ପୁଲିସର ନିର୍ଦ୍ଦେଶନାମା। ରାସ୍ତା କଡ଼ରେ ସେଲିବ୍ରେସନ୍ ମନା। ସେଲିବ୍ରେସନ୍ ର ଜାଗା ଚିହ୍ନଟ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଭେଣ୍ଟ ପାଇଁ ଅନୁମତି ମିଳିଛି କି ନାହିଁ ତଦାରଖ କରିବାକୁ କୁହାଯାଇଛି। ରାତିରେ ନିରନ୍ତର ପାଟ୍ରୋଲିଂ, ବ୍ଲକିଂ ଚେକିଂ ପାଇଁ କୁହାଯାଇଛି। ସେଲିବ୍ରେସନ୍ ସ୍ଥାନ ଗୁଡ଼ିକଟରେ ସଜାଗ ରହିବାକୁ କୁହାଯାଇଛି। ଜିରୋ ନାଇଟ୍ ରେ ଟ୍ଵିନ୍ ସିଟିରେ କୌଣସି ଅଘଟଣକୁ ଏଡ଼ାଇବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। 

ସେପଟେ  ସେଲିବ୍ରେସନ୍ ପାଇଁ ସହରରେ ମୋଟ ୨୮ଟି ଇଭେଣ୍ଟ ପାଇଁ ଅନୁମତି ଦେଇଛି ପୁଲିସ। ସେଥିରୁ ଖେଳପଡ଼ିଆ କିମ୍ବା ବାହାର ଜାଗାରେ ୧୧ଟି ଇଭେଣ୍ଟ କରାଯିବ । ବାକି ୧୭ଟି ଇଭେଣ୍ଟ ହୋଟେଲ ଓ କନଭେନସନରେ ଚାଲିବ । ଏସବୁ ଇଭେଣ୍ଟରେ ଆଇନଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଥାନା ପକ୍ଷରୁ ପୁଲିସ ସୁରକ୍ଷା ଯୋଗାଇଦେବ । ରାତି ସାଢେ ୧୨ଟା ଯାଏଁ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିବ । ତା’ ପରେ ପାଟ୍ରୋଲିଂ ଭ୍ୟାନ୍ ପଇଁତରା ମାରି ସମସ୍ତ ଇଭେଣ୍ଟକୁ ବନ୍ଦ କରିବ । ଅନ୍ୟାନ୍ୟ କ୍ଲବ, ପବ୍ ରେ ସ୍ୱତନ୍ତ୍ର ଆୟୋଜନକୁ ମଧ୍ୟ ନଜରରେ ରଖିଛି ପୁଲିସ । ସେଲିବ୍ରେସନ ଆଳରେ ମାତାଲ୍ ହୋଇ କେହି ଉତ୍ପାତ କଲେ, ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।