ନୂଆଦିଲ୍ଲୀ: ପୋକ୍ସୋ (POCSO) ଆଇନ ଅନୁଯାୟୀ ମାମଲା ରୁଜୁ ହେବା ପରେ, ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଉପରେ ଝୁଲୁଛି ଗିରଫର ଖଣ୍ଡା। ଯେ କୌଣସି ସମୟରେ ତାଙ୍କୁ ଗିରଫ କରାଯାଇପାରେ। ଆଉ ଏହି ସମୟରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସପକ୍ଷରେ ବାହାରକୁ ଆସିଛନ୍ତି କମ୍ପ୍ୟୁଟର ବାବା (ନାମଦେବ ଦାସ ତ୍ୟାଗୀ) । ନ୍ୟାୟ ଦାବି କରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଯଥାଶୀଘ୍ର ମାମଲାର ତଦନ୍ତ କରି ନ୍ୟାୟ ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।
ରାଷ୍ଟ୍ରପତିଙ୍କୁ ଚିଠି ପଠାଇବା ପରେ, କମ୍ପ୍ୟୁଟର ବାବା କହିଛନ୍ତି, "ଆଜି, ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ପାଇଁ ନ୍ୟାୟ ଦାବି କରିଛି, ଯେଉଁଥିରେ ସମାଜ ଏବଂ ସନାତନ ଧର୍ମର ମର୍ଯ୍ୟାଦା ଏବଂ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ଆମର ପ୍ରାର୍ଥନା ହେଉଛି ସତ୍ୟର ଜୟ ହେଉ, ଧର୍ମର ପତାକା ସର୍ବଦା ଫର ଫର ହୋଇ ଉଡୁ ଏବଂ ସନ୍ଥ ମାନଙ୍କର ସମ୍ମାନ ସୁନିଶ୍ଚିତ ହେଉ। ସତମେବ ଜୟତେ। ଏହା ସନାତନ ଧର୍ମର ମୂଳ ମନ୍ତ୍ର । ଜୟ ଗୋ ମାତା।"
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେବୀ ଦୁର୍ଗାଙ୍କ ରୂପ: କମ୍ପ୍ୟୁଟର ବାବା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, "ସମସ୍ତ ଭାରତୀୟ ନାଗରିକ ଗର୍ବିତ ଯେ ଆପଣଙ୍କ ପରି ଜଣେ ବିଦ୍ୱାନ ମହିଳା ସମ୍ବିଧାନର ସର୍ବୋଚ୍ଚ ପଦବୀରେ ଅଛନ୍ତି, ଏବଂ ସେଥିପାଇଁ ଆମେ ଆପଣଙ୍କ ଠାରେ ଦେବୀ ସରସ୍ୱତୀଙ୍କୁ ଦେଖୁଛୁ। ଆପଣ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡ ମଧ୍ୟ ଧାରଣ କରିଛନ୍ତି, ଏବଂ ଆପଣ ମଧ୍ୟ ଦେବୀ ଦୁର୍ଗା ଶକ୍ତିର ଏକ ରୂପ।"
ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ଅଭିଯୋଗ...
କମ୍ପ୍ୟୁଟର ବାବା ଚିଠିରେ ଲେଖିଛନ୍ତି, "ଆମର ପୂଜ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀ ଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ଜୀ ମହାରାଜଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ଏବଂ ସମଗ୍ର ସନାତନ ଧର୍ମ ଉପରେ ଆକ୍ରମଣ କରୁଥିବା ମହାପାପୀଙ୍କ ବିରୁଦ୍ଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।"
'ପ୍ରୟାଗରାଜ ପୋଲିସ ମିଥ୍ୟା କାର୍ଯ୍ୟାନୁଷ୍ଠାନ ନେଇଛି'...
କମ୍ପ୍ୟୁଟର ବାବା ଅଭିଯୋଗ କରିଛନ୍ତି ଯେ ପ୍ରୟାଗରାଜ ପୋଲିସ ଶଙ୍କରାଚାର୍ଯ୍ୟଙ୍କ ବିରୁଦ୍ଧରେ ମିଥ୍ୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ଦାବି କରନ୍ତି ଯେ, ଏହା କାହାକୁ ଅଛପା ନାହିଁ । ସେ ରାଷ୍ଟ୍ରପତିଙ୍କୁ କହିଛନ୍ତି, "ଆପଣଙ୍କ କାର୍ଯ୍ୟକାଳକୁ କଳଙ୍କିତ କରୁଥିବା ଉପରୋକ୍ତ ଘଟଣା ସମ୍ପର୍କରେ ଆପଣ ଅବଗତ ହେବା ଆବଶ୍ୟକ।"
ଏହା ସହ ପଢନ୍ତୁ : ସେନାରେ ତାଲିମ ପରେ ଭାରତର ଏହି ସ୍ଥାନକୁ ରହିବାକୁ ଆସନ୍ତି ଇସ୍ରାଏଲ ଯବାନ, ଜାଣନ୍ତୁ ଏମାନଙ୍କ ପାଇଁ କାହିଁକି ସ୍ବତନ୍ତ୍ର ଏହି ସ୍ଥାନ...