ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଇରଙ୍ଗରପୁର ଚାମ୍ପିଅନ

Published By : Suraj Kumar | October 2, 2024 9:46 PM

କେନ୍ଦୁଝର ସଦର,୨/୧୦(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରିପଦା  ପଞ୍ଚାୟତ କେମ୍ପସଡା ଗ୍ରାମର ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ୬୨ ତମ ବାର୍ଷିକ  ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉଦଯାପିତ ହୋଇଯାଇଛି । ଏହି ତ୍ରିବସୀୟ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୩୨ଟି ଦଳ ଅଂଶ ଗ୍ରହଣ କରି ଦୁଇଟି ଗ୍ରୁପରେ ଖେଳ ପ୍ରଦର୍ଶନ   କରିଥିଲେ।

ଫାଇନାଲ ମ୍ୟାଚ ୟଙ୍ଗବୟ ରାଇରଙ୍ଗରପୁର(ମୟୂରଭଞ୍ଜ) ଏଵଂ କେବିଏଲ୍ ଆମାଜୋନ(କେନ୍ଦୁଝର )ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିବା ବେଳେ ଉଭୟ ଦଳକୁ ତିନୋଟି ଲେଖାଏଁ ପେନାଲ୍ଟି ସୁଟ ଆଉଟର ସୁଯୋଗ ପ୍ରଦାନ କରାଯାଇଥିଲା । ଏଥିରେ ମଧ୍ୟ ଅମୀମାଂସିତ ରହିବାରୁ ଭାରତୀୟ ମୁଦ୍ରା ଦ୍ୱାରା ଟସ୍ କରାଯାଇ ଭାଗ୍ୟ ନିର୍ଦ୍ଧାରଣ କରାଯାଇଥିଲା । ଏଥିରେ ରାଇରଙ୍ଗପୁର ବିଜୟ ହୋଇ ଚାମ୍ପିଅନ ହୋଇଛି ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାମନଗରର ବିଧାୟକ କ୍ରୀଡା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଥିଲେ ରାଜ୍ୟରେ କେନ୍ଦୁଝର ଜିଲ୍ଲା କ୍ରୀଡାର ହବ । ଏଠାରେ ଏକ ବଡ ଧରଣର ଷ୍ଟାଡିୟମ ହେବ ।  ଯାହା ଦ୍ବାରା ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳ ଆୟୋଜନ ହୋଇପାରିବ ।  ଉତ୍ତର ଓଡ଼ିଶାରେ ଇଣ୍ଡୋର ସୁଇମିଂ ପୁଲ ନାହିଁ ତେଣୁ କେନ୍ଦୁଝର ରାଙ୍କି ଠାରେ ଏକ ବିଶ୍ଵସ୍ତରୀୟ ଇଣ୍ଡୋର ସୁଇମିଂ  ପୁଲ ହେବ ଯାହା ବାସ୍କେଟ ବଲ ଠାରୁ ବ୍ୟାଟମିଣ୍ଟନ ଖେଳିଙ୍କ ପାଇଁ ମାଇଲଖୁଣ୍ଟ ହେବ । ଏହା ମୋହନ ସରକାର ଗୁରୁତ୍ୱ ଦେଉଛନ୍ତି।  ଲୋକଙ୍କ ସରକାର ଲୋକଙ୍କ ସମସ୍ୟାକୁ ଅତି ଗୁରତର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଏବଂ କେମ୍ପସଡା ଖେଳ ପଡିଆ ଆଗମୀ ଦିନରେ ମିନି ଷ୍ଟାଡିଅମ ଠାରୁ ଅଧିକ ଉନ୍ନତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି । 

 ସମ୍ମାନୀତ ଅତିଥି ଭାବେ ତେଲକୋଇ ନିର୍ବାଚନ ବିଧାୟକ ଡାକ୍ତର ଫକୀର ମହୋନ ନାୟକ,କେନ୍ଦୁଝର ପୌରପାଳିକା ନିକୁ ସାହୁ , ସମାଜ ସେବୀ ମୁରଲୀ ଶର୍ମା, ଜିଲ୍ଲା ବିଜେପି ଉପସଭାପତି ଗୋପ ରାମ, ସଦର ନିର୍ବାଚନ ମଣ୍ଡଳୀ ସଂଯୋକ ବିବେକାନନ୍ଦ ମହାନ୍ତ, ଜିଲ୍ଲା ବିଜେପି ସମ୍ପାଦକ ହେମାରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ଚାମ୍ପିଅନ  ୟଙ୍ଗବୟ ଦଳକୁ ନଗଦ ୬୦ ହଜାର ଟଙ୍କା ସହ ଟ୍ରଫି, ରନର୍ସଅଫ  ଆମାଜୋନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଛି। ସେହିପରି ତୃତୀୟ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି, ଚତୁର୍ଥ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।  

ଏହି  ଖେଳରେ ରେଫରି ଭାବେ ଜନ୍ମେଜୟ ବେହେରା  ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ଖେଳ ପରିଚାଳିତ ହେଉଥିବା ବେଳେ  ଭାଗରଥି ପାତ୍ର (ଜୋନ )ଏବଂ ଶାନ୍ତନୁ ବାରିକ, ରବି ମହାରଣା, ଦେବବ୍ରତ ମହାନ୍ତ, ଓଡ଼ିଆ ହିନ୍ଦୀ ଇଂରାଜୀରେ ଧାରା ବିବରଣୀ ପ୍ରଦାନ କରିଥିଲେ ।ବାପୁଜୀ ଯୁବକ  ସଂଘର ସଭାପତି ସରୋଜ କୁମାର ସାହୁ ସମ୍ପାଦକ ବନମାଳୀ ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟ ଗଣ ଯୋଗେ ଦେଇ ଖେଳକୁ ସୁଚାରୁ ରୁପେ ସଂପାଦନ କରିଚନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.