ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ୧ ତାରିଖ ଦୀପାବଳି, କାଳୀପୂଜା, ପୟାଶ୍ରାଦ୍ଧ ଓ କାଉଁରିଆ ଟେକିବାକୁ ନେଇ ଆସିଲା ଭିନ୍ନ ମତ

Published By : Rasmita Pradhan | October 30, 2024 8:51 AM

ପୁରୀ, ୩୦/୧୦ : ସରକାରୀ ଛୁଟି ବଢ଼ାଇଲା ଦୀପାବଳି ଦ୍ୱନ୍ଦ୍ୱ । ସରକାରୀ କ୍ୟାଲେଣ୍ଡରରେ ଦୀପାବଳି ଚଳିତ ମାସ ୩୧ ତାରିଖ ବୋଲି ଉଲ୍ଲେଖ କରାଯାଇଛି । ଏହି ଦିନକୁ ଛୁଟି ଘୋଷଣା କରାଯାଇଛି । ମାତ୍ର ଶ୍ରୀମନ୍ଦିରରେ ଦୀପାବଳି ୧ ତାରିଖରେ ପାଳନ ହେବାକୁ ସ୍ଥିର ହୋଇଛି । ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ୧ ତାରିଖକୁ ଦୀପାବଳି ଅମାବାସ୍ୟା ବୋଲି ଉଲ୍ଲେଖ କରାଯାଇଛି । ସେହିପରି ପ୍ରାୟ ୨ଟି ପାଞ୍ଜିରେ ଦୀପାବଳି ୩୧ ତାରିଖରେ ପଡ଼ୁଥିବା ଉଲ୍ଲେଖ କରାଯାଇଥିବା ବେଳେ ଅନ୍ୟ ପାଞ୍ଜିମାନଙ୍କରେ ୧ ତାରିଖ ଦିପାବଳୀ ଅମାବାସ୍ୟା ବୋଲି ଉଲ୍ଲେଖ କରାଯାଇଛି । 

ଏନେଇ ପଣ୍ଡିତ ହରିଶଙ୍କର ମିଶ୍ର କହିଛନ୍ତି, ସରକାର ଜାରି କରିଥିବା କ୍ୟାଲେଣ୍ଡରରେ ୩୧ ତାରିଖ ଦୀପାବଳି ଛୁଟି ଘୋଷଣା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏହି କ୍ୟାଲେଣ୍ଡର ପ୍ରକାଶ ଓ ଛୁଟି ଘୋଷଣା ପୂର୍ବରୁ ଶ୍ରୀମନ୍ଦିର ସମ୍ପୃକ୍ତ ଜ୍ୟୋତିର୍ବିଦଙ୍କ ପରାମର୍ଶ ନିଆଯାଇନି । ତିଥି ଅନୁଯାୟୀ ଯେଉଁଦିନ ପ୍ରତ୍ୟୁଷ (ସୂର୍ଯ୍ୟଦୟ) ଠାରୁ ପ୍ରଦୋଷ (ସୂର୍ଯ୍ୟାସ୍ତ) ପର୍ଯ୍ୟନ୍ତ ଆମାବାସ୍ୟା ଥାଏ ସେଦିନ ପୟାଶ୍ରାଦ୍ଧ/ଦୀପଦାନ/ ଦୀପାବଳି ପାଳନ ହୁଏ। 

ଚଳିତ ମାସ ୩୧ ତାରିଖ ଦିନ ୩ଟା ୩୦ ଠାରୁ ପରଦିନ ବା ୧ ନଭେମ୍ବର ସନ୍ଧ୍ୟା ୬ଟା ୨୨ ଯାଏ ଅମାବାସ୍ୟା ତିଥି ରହୁଛି । ତେଣୁ ୧ ତାରିଖରେ ଦୀପାବଳି ପାଳନ, ଦୀପଦାନ ଓ ପୟାଶ୍ରାଦ୍ଧ କରାଯିବା ପ୍ରଶସ୍ତ । ଏହିଦିନ ଶ୍ରୀମନ୍ଦିରରେ ଅମାବାସ୍ୟା ନୀତି ଅନୁଯାୟୀ ନାରାୟଣଙ୍କ ସାଗର ବିଜେ ନୀତି ଅନୁଷ୍ଠିତ ହେବ । ମହାକାଳୀ ଅର୍ଦ୍ଧରାତ୍ରିରେ ଆର୍ବିଭୂତା ହୋଇଥିବାରୁ ଏବଂ ଚଳିତ ମାସ ୩୧ ରାତ୍ରି ସାରା ଅମାବାସ୍ୟା ତିଥି ରହିଥିବାରୁ ଏହି ଦିନ କାଳୀପୂଜା ନିମନ୍ତେ ପ୍ରଶସ୍ତ । ଆଲୋଚନରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଚଳିତ ମାସ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ନଭେମ୍ବର ୧ ତାରିଖକୁ ଦୀପାବଳି ଛୁଟି ଘୋଷଣା କରନ୍ତୁ। ଏହା ଦ୍ୱନ୍ଦ୍ୱର ପରିସମାପ୍ତି ଘଟାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.