ନୂଆଦିଲ୍ଳୀ,୧୭।୫: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ନିକଟରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଓ ୟୁଗାଣ୍ଡାରେ ବ୍ୟାପିଥିବା ଇବୋଲା ଭାଇରସ ଇଣ୍ଟରନ୍ୟାସନାଲ ଏମର୍ଜେନ୍ସି ଅଫ୍ କନସର୍ନ ଅର୍ଥାତ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତିର ଅନ୍ତର୍ଜାତୀୟ ଚିନ୍ତା ଘୋଷଣା କରିଛି। ଏହି ରୋଗ ବୁଣ୍ଡିବୁଗୟୋ ଭାଇରସ କାରଣରୁ ହେଉଛି, ଯାହାକି ଇବୋଲା ଭାଇରସର ଏକ ଘାତକ ଷ୍ଟ୍ରେନ୍।
ଏହି ଷ୍ଟ୍ରେନ୍ ପୂର୍ବର ଅଧିକାଂଶ ମହାମାରୀ ସୃଷ୍ଟି କରିଥିବା ‘ଜେରେ ଷ୍ଟ୍ରେନ’ଠାରୁ ଅଲଗା ରହିଛି। ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ୍ ୨୦୦୭-୨୦୦୮ ରେ ଉଗାଣ୍ଡାର ବୁଣ୍ଡିବୁଗ୍ୟୋ ଜିଲ୍ଲାରେ ଆବିଷ୍କୃତ ହୋଇଥିଲା, ଯେଉଁଠାରେ ଏହା ପ୍ରଥମ ଥର ପାଇଁ ଦେଖାଯାଇଥିଲା। ସେହି ସମୟରେ,ଏହା ୧୧୬ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିଲା ଏବଂ ପ୍ରାୟ ୩୪-୪୦ ପ୍ରତିଶତ ମୃତ୍ୟୁ ହୋଇଥିଲା। ଏବେ ଡିଆରସିର ଇଟୁରି ପ୍ରଦେଶରେ ୧୭ତମ ଇବୋଲା ପ୍ରକୋପ, କିନ୍ତୁ ଏଥର ଭାଇରସ ଷ୍ଟ୍ରେନ ଭିନ୍ନ। ଏହି ଷ୍ଟ୍ରେନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଔଷଧ ନାହିଁ, ଯାହା ଏହାକୁ ଆହୁରି ଚ୍ୟାଲେଞ୍ଜିଂ କରିଛି। ଇବୋଲା ଭାଇରସ ଅନେକ ପ୍ରକାରର ଅଛି, କିନ୍ତୁ ମଣିଷଠାରେ ପ୍ରମୁଖ ପ୍ରକୋପ ମୁଖ୍ୟତଃ ତିନୋଟି ପ୍ରଜାତି ଦ୍ୱାରା ହୋଇଥାଏ। ତାହା ହେଲା ଜାଇର, ସୁଡାନ ଏବଂ ବୁଣ୍ଡିବୁଗୟୋ। ଜାଇର ପ୍ରଜାତିକୁ ସବୁଠାରୁ ଘାତକ ବୋଲି କୁହାଯାଏ, ମୃତ୍ୟୁହାର ୬୦-୯୦ ପ୍ରତିଶତ। ବୁଣ୍ଡିବୁଗୟୋ ପ୍ରଜାତି କମ୍ ଘାତକ। ପୂର୍ବ ପ୍ରଜାତିରେ ମୃତ୍ୟୁହାର ହାରାହାରି ୩୨-୪୦ ପ୍ରତିଶତ ଥିଲା, ଯଦିଓ କିଛି ରିପୋର୍ଟ ଏହାକୁ ୫୦% ପର୍ଯ୍ୟନ୍ତ ଉଚ୍ଚ ବୋଲି କହିଛି। ଏହି ହାର ଚିକିତ୍ସାର ଉପଲବ୍ଧତା, ରୋଗୀଙ୍କ ବୟସ, ସ୍ୱାସ୍ଥ୍ୟ ସ୍ଥିତି ଏବଂ ସଂକ୍ରମଣର ଗମ୍ଭୀରତା ଉପରେ ନିର୍ଭର କରେ। ତଥାପି, ଏହି ଭାଇରସ୍ ଅତ୍ୟନ୍ତ ବିପଦପୂର୍ଣ୍ଣ ,ଏହା ଦ୍ରୁତ ଗତିରେ ବ୍ୟାପିପାରେ। ଉପଯୁକ୍ତ ଯତ୍ନ ବିନା, ଏହା ଅନେକ ଲୋକଙ୍କୁ ମାରିପାରେ। ଏହି ଭାଇରସ୍ ପ୍ରାକୃତିକ ଭାବରେ ଡିଆରସିର ଘନ ଉଷ୍ଣକଟିବନ୍ଧୀୟ ଜଙ୍ଗଲରେ ରହିଛି। ବାଦୁଡ଼ି ଭଳି ପ୍ରାଣୀ ଏହାର ଭଣ୍ଡାର ହୋଇପାରେ।
ବୁଣ୍ଡିବୁଗୟୋ ଇବୋଲାର ଲକ୍ଷଣ କ’ଣ ?
ଇବୋଲାର ସମସ୍ତ ଷ୍ଟ୍ରେନର ଲକ୍ଷଣ ସମାନ, କିନ୍ତୁ ଏହା ଧୀରେ ଧୀରେ ବିକଶିତ ହୁଏ। ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଫ୍ଲୁ ପରି, ହଠାତ୍ ଅଧିକ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ସନ୍ଧି ଯନ୍ତ୍ରଣା, ଥକ୍କାପଣ ଏବଂ ଦୁର୍ବଳତା ଦେଖାଯାଏ। କିଛି ଦିନ ପରେ, ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୁଏ।ରୋଗ ବଡିବାର ଗମ୍ଭୀର ଲକ୍ଷଣ ଦେଖାଯିବା ମାତ୍ରେ ଆଖି, ମାଣ୍ଡି କିମ୍ବା ଅନ୍ୟସ୍ଥାନରେ ବିନା କାରଣରେ ରକ୍ତା ବୋହିବା, ଶରୀରରେ ଆଘାତ ଚିହ୍ନ, ନିଶ୍ବାସ ନେବାରେ କଷ୍ଟ ଓ ବିଭିନ୍ନ ଅଙ୍ଗ କାମ ନକରିବା। ସଂକ୍ରମଣର ୨ ରୁ ୨୧ ଦିନ ଭିତରେ ଲକ୍ଷଣ ଦେଖାଯାଇପାରେ। ଭାଇରସ୍ ଶରୀରର ତରଳ ପଦାର୍ଥ (ରକ୍ତ ବାନ୍ତି, ଝାଡା, ଲାଳ ଆଦି)ର ସିଧା ସଂପର୍କରେ ରହିଥାଏ। ମୃତ ବ୍ୟକ୍ତିର ଶରୀର ଛୁଇଁବା କିମ୍ବା ପୋତିବା ଭଳି କାର୍ଯ୍ୟ ବେଳେ ମଧ୍ୟ ବିପଦ ବହୁତ ଅଧିକ ରହିଛି। ଏହା ପବନ, ପାଣି କିମ୍ବା ପୋକ ଦ୍ବାରା ବ୍ୟାପିନଥାଏ।
କ’ଣ ଏହା ଠିକ୍ ହୋଇପାରିବ ?
ବୁଣ୍ଡିବୁଗୟୋ ଷ୍ଟ୍ରେନ ପାଇଁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ କିମ୍ବା ଟିକା ନାହିଁ, କିନ୍ତୁ ଜାଇର ଷ୍ଟ୍ରେନ ପାଇଁ ଟିକା ଏବଂ ଚିକିତ୍ସା ଉପଲବ୍ଧ। ଚିକିତ୍ସା ମୁଖ୍ୟତଃ ଦେଖାଶୁଣା ଉପରେ ନିର୍ଭର କରେ, ଯେଉଁଥିରେ ଶରୀରରେ ପାଣ ଏବଂ ଇଲେକ୍ଟ୍ରୋଲାଇଟର ଅଭାବ ପୁରା କରିବା, ଜ୍ୱର ଏବଂ ଯନ୍ତ୍ରଣା ଔଷଧ, ଆବଶ୍ୟକ ହେଲେ ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିବାୟୋଟିକ୍ ଏବଂ ଗୁରୁତର କ୍ଷେତ୍ରରେ ଅକ୍ସିଜେନ୍ କିମ୍ବା ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ରହିଛି। ଯେତେ ଶୀଘ୍ର ରୋଗୀଙ୍କୁ ହସ୍ପିଟାଲରେ ଅଲଗା ଭାବରେ ଚିକିତ୍ସା ଆରମ୍ଭ କରାଯିବ, ସେତେ ଶୀଘ୍ର ବଞ୍ଚିବାର ସମ୍ଭାବନା ସେତେ ଅଧିକ ବଢିଯିବ। ପ୍ରାରମ୍ଭିକ ଦିନରେ ଉପଯୁକ୍ତ ଦେଖାଶୁଣା ଦ୍ବାରା ରୋଗୀ ବଞ୍ଚିଯାଇଥାଏ।
ଆହୁରି ପଢନ୍ତୁ : Japan New Immigration Law: ୩୦ ବର୍ଷ ଲାଗି ଜାପାନରେ ଛିଡ଼ା କଲେ ବ୍ୟବସାୟ କିନ୍ତୁ...