ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଓଏଏସ ପରୀକ୍ଷାରେ ସଫଳତା ଲାଭ କରିଥିବା ଆଦିବାସୀ ଯୁବକ ଓ ଯୁବତିଙ୍କୁ ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଦନା

Published By : Ladu Kishor | October 27, 2024 8:50 PM

ମାଲକାନଗିରି ୨୭/୧୦ ଆଜି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ମାଲକାନଗିରି ତରଫରୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମାଲକାନଗିରି ଜିଲ୍ଲାର ପ୍ରଥମ ବଣ୍ଡା ଯୁବତୀ ବିନି ମୁଦୁଲି, ପ୍ରଥମ କୋୟା ଯୁବକ ଶ୍ୟାମ ମାଡି ଓ ଭୂୟାଁ ଆଦିବାସୀ ସଂପ୍ରଦାୟର ସୁଶ୍ରୀ ମମତା ତାଉଡିଆଙ୍କୁ ଭଵ୍ୟ ସମ୍ବର୍ଦ୍ଦନା ଦିଆଯାଇଛି । ମାଲକାନଗିରି ସ୍ଥିତ ମାଲ୍ୟବନ୍ତ ହଷ୍ଟେଲରେ ସଭା ଗୃହ ରେ ଏହି ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା।

ସଂଗଠନର ସଭାପତି ଆନନ୍ଦ ମାଡିଙ୍କ ଆବାହକତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ସମ୍ମାନୀୟ ଅତିଥି ରୂପେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ଜିଲ୍ଲା ପରିଷଦ ମୁଖ୍ୟନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅଲେଖ ଚନ୍ଦ୍ର ଭୋଇ, ପୂର୍ଣିମା ଡୁରୁକା,  ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ସମେତ ଚଉଦ ଗୋଟି ଆଦିବାସୀ ସମାଜର ସଭାପତି, ସାତଟି ବ୍ଲକର କର୍ମଚାରୀ ସଂଘର କାର୍ଯ୍ଯକର୍ତ୍ତା, ଅନ୍ଯାନ୍ଯ କର୍ମଚାରୀ ଓ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ଯ ଉପସ୍ଥିତ ଥିଲେ। ସଭାରେ ନୂତନ କୃତିତ୍ବଙ୍କୁ ସଂଗଠନ ତରଫରୁ ଆଦିବାସୀ ପାରମ୍ପରିକ ଅଳଙ୍କାର ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନେ ଯେପରି ନିଜର ଭବିଷ୍ୟତକୁ ଉତ୍ତରୋତ୍ତର ବିକାଶ କରିବା ସହ ଭବିଷ୍ୟତ ଆଦିବାସୀ ଯୁବ ପିଢିଙ୍କ ପାଇଁ ପ୍ରେରଣାର ଉଦାହରଣ ହେବେ ଏବଂ ସମାଜ ସଂଗଠନକୁ ସୁଦୃଢ କରିବାରେ ସହଯୋଗିତା କରିପାରିବେ ଆଦି ବିଷୟରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ଯ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ରାମ ଦୁରୁଆ ପରିଚାଳନା କରିଥିଲେ ଏବଂ ରଘୁନାଥ ନାୟକ, ଅଭିମନ୍ୟୁ ହାଲୱା, ଦେବେନ୍ଦ୍ର ମାଡକାମି, କେତକୀ ନାୟକ ଆଦି ସକ୍ରିୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.