ନୂଆଦିଲ୍ଲୀ,୧୬।୧୨: ବିରୋଧି ଇଣ୍ଡିଆ ମେଣ୍ଟରେ ଇଭିଏମ୍‌କୁ ନେଇ ବ୍ୟକ୍ତିଗତ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ଲଗାତର ଇଭିଏମ୍‌ରେ ସମସ୍ୟା ନେଇ ପ୍ରସଙ୍ଗ ଉଠାଯାଇଛି। ଗତ କିଛି ଦିନ  ତଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ କହିଥିଲେ, ଆମେ ଏହାକୁ ନେଇ ଆନ୍ଦୋଳନ କରିବୁ। ତାଙ୍କର କହିବା ଅନସାରେ, ଆମେ ଭାରତ ଯୋଡ ଆନ୍ଦୋଳନ ଭଳି ବାଲାଟ୍ ପେପରରେ ନିର୍ବାଚନ ପାଇଁ ଯାତ୍ରା ବାହାର କରିବୁ। ଏହାକୁ ନେଇ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କୁ ଯେତେବେଳେ ପଚରା ଯାଇଥିଲା ସେ ଇଭିଏମ୍‌ ନୋଇ ଆପତ୍ତିକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଏଭଳି ହୋଇପାରିବନି, ଯେତେବେଳେ ଆପଣ ନିର୍ବାଚନ ଜିତନ୍ତି ପରିଣାମ ସ୍ବୀକାର କରିନିଅନ୍ତି ଯେତେବେଳେ ହାରନ୍ତି ଇଭିଏମ୍‌ ଉପରେ ଦୋଷ ଦିଅନ୍ତି।

ସେ କହିଥିଲେ, ଯେତେବେଳେ ଏହି ଇଭିଏମ୍‌ ବ୍ୟବହାରରେ (ହୋଇଥିବା ନିର୍ବାଚନ ପରେ) ସଂସଦରେ ଆପଣଙ୍କୁ ୧୦୦ରୁ ଅଧିକ ସଦସ୍ୟ ମିଳେ ସେତେବେଳେ ପାର୍ଟି ବିଜୟ ଉତ୍ସବ ପାଳନ କରେ। ଏହାପରେ କିଛି ମାସ ପରେ ଓଲଟିକି ଏହା କହି ପାରିବନି... ଆମକୁ ଏ ଇଭିଏମ୍ ପସନ୍ଦ ନୁହେଁ, କାରଣ ଏବେ ନିର୍ବାଚନ ପରିଣାମ ଠିକ୍ ସେଭଳି ନାହିଁ, ଯେଉଁଭଳି ଆମେ ଚାହୁଁଥିଲୁ।’ ତାଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ତାଙ୍କ ଉପରେ କ୍ଷମତା ପାଇବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବାର ଅଭିଯୋଗ ଆଣିଛି। ଲୋକସଭାରେ କଂଗ୍ରେସ ସଚେତକ ଟାଗୋର ଏହି ପ୍ରଶ୍ନ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବାପରେ ଉମର ନିଜ ସହଯୋଗୀ ଦଳ ପ୍ରତି କାହିଁକି  ଏଭଳି  ମନ୍ତବ୍ୟ ଦେଉଛନ୍ତି?

ଓମାର ଅବଦୁଲାଙ୍କ ସାକ୍ଷାତକାର ସମୟର ଭିଡିଓ ଏକ୍ସରେ ପୋଷ୍ଟ କରି ଟାଗୋର କହିଛନ୍ତି, ଏହା ସମାଜବାଦୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏସପି) ଓ ଶିବସେନା(ୟୁବିଟି)ଯେଉଁମାନେ ଇଭିଏମ୍ ବିରୋଧରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉମର ଅବଦୁଲା, ଦୟାକରି ନିଜ ତଥ୍ୟକୁ ଯାଞ୍ଚ କରନ୍ତୁ।’ ସେ ଇଭିଏମ୍‌ ପ୍ରସଙ୍ଗରେ କଂଗ୍ରେସ ଓ୍ବାର୍କିଂ କମିଟିର ଏକ ପ୍ରସ୍ତାବକୁ ମଧ୍ୟ ସେୟାର କରିଛନ୍ତି ଓ ଏଥିରେ ନିର୍ବାଚନ କମିଶନଙ୍କୁ ଏହି ମାମଲାରେ ସ୍ପଷ୍ଟ ରୂପରେ ସମ୍ବୋଧିତ କରାଯାଇଛି। ଟାଗୋର ଓମାର ଅବଦୁଲାଙ୍କ କଥାର ପାଲଟା ଜବାବ ଦେଇ କହିଛନ୍ତ, ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କର ନିଜ ସହଯୋଗୀଙ୍କ ପ୍ରତି ଆଭିମୁଖ୍ୟ ବଦଳି ଯାଇଛି।