ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀରେ କଂଗ୍ରେସର ତୃତୀୟ ଲିଷ୍ଟରେ ୧୫ ପ୍ରାର୍ଥୀ, ଗୋଟିଏ ସିଟରେ ବଦଳିଲା ପ୍ରାର୍ଥୀ

Published By : Gurupada Nath | January 14, 2025 11:13 PM

ନୂଆଦିଲ୍ଲୀ,୧୪/୧ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ଲାଗି କଂଗ୍ରେସ ଆଉ ୧୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ତୃତୀୟ ଲିଷ୍ଟ୍ ଜାରି କରିଛି । ଏହି ଲିଷ୍ଟ ମାଧ୍ୟମରେ କଂଗ୍ରେସ ଗୋଟିଏ ସିଟରେ ନିଜ କ୍ୟାଣ୍ଡିଡେଟ୍ ବି ପରିବର୍ତ୍ତନ କରିଛି । କଂଗ୍ରେସ ମୁଣ୍ଡକା ସିଟରେ ଧର୍ମ ପାଳ ଲାକଡ଼ାଙ୍କୁ ଟିକେଟ ଦେଇଛି । ସେହିଭଳି କିରାରୀରୁ ରାଜେଶ ଗୁପ୍ତା, ମଣ୍ଡଳ ଟାଉନରୁ କୁମ୍ବର କରଣ ସିଂହ , ପଟେଳ ନଗରରୁ କୃଷ୍ଣା ତିରଥ, ହାରି ନଗରରୁ ପ୍ରେମ ଶର୍ମା ଏବଂ ଜନକପୁରୀରୁ ହରବନୀ କୌରଙ୍କୁ ପ୍ରାର୍ଥୀ କରିଛି । ଏହା ବ୍ୟତୀତ ବିକାଶପୁରୀରୁ ଜିତେନ୍ଦ୍ର ସୋଲଙ୍କି, ନଜଫଗଡ଼ରୁ ସୁଷ୍ମା ୟାଦ, ପାଲମରୁ ମାଂଗେ ରାମ ଏବଂ ଆରକେ ପୁରମରୁ ବିଶେଷ ଟୋକସଙ୍କ ନାମର ଘୋଷଣା କରାଯାଇଛି ।

ଓଖଲୀ ସିଟରେ ଅରୀବା ଖାନଙ୍କୁ କଂଗ୍ରେସ କ୍ୟାଣ୍ଡିଡେଟ୍ କରିଛି । ସେହିଭଳି ବିଶ୍ବାସ ନଗରରୁ ରାଜୀବ ଚୌଧୁରୀ, ଗାନ୍ଧୀ ନଗରରୁ କମଲ ଅରୋଡ଼ା, ଶାହଦରାରୁ ଜଗଜୀତ ସିଂହ ଏବଂ ଘୋଡ଼ାରୁ ଭୀଷ୍ମ ଶର୍ମାଙ୍କ ଉପରେ କଂଗ୍ରେସ ଭରସା କରିଛି ।

କଂଗ୍ରେସ ଗୋଲକପୁର ବିଧାନସଭା ସିଟରୁ ନିଜ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପ୍ରମୋଦ କୁମାର ଜୟନ୍ତଙ୍କ ସ୍ଥାନରେ ଏବେ ଇଶ୍ବର ବାଗଡ଼ୀଙ୍କୁ ନୂଆ ପ୍ରାର୍ଥୀ କରିଛି । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ କୃଷ୍ଣା ତୀରଥଙ୍କୁ ପଟେଲ ନଗରରୁ ଟିକେଟ ମିଳିଛି । ଏହା ବ୍ୟତୀତ ଓଖଳା ସିଟରୁ ପୂର୍ବତନ ବିଧାୟକ ଆସିକ ମହମ୍ମଦଙ୍କ ପୁଅ ଅରୀବା ଖାନଙ୍କୁ ଟିକେଟ ଦିଆଯାଇଛି । କଂଗ୍ରେସର ତୃତୀୟ ଲିଷ୍ଟରେ ଦୁଇ ଜଣ ମହିଳାଙ୍କ ସୁଯୋଗ ଦିଆଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.