ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଖୁବ ବର୍ଷିଛନ୍ତି । ବିଜେପିକୁ ଆତଙ୍କବାଦୀ ପାର୍ଟି ବୋଲି କହିଛନ୍ତି ଖଡ଼ଗେ । ସେ କହିଛନ୍ତି, ନରେନ୍ଦ୍ର ମୋଦୀ ସବୁବେଳେ କହୁଛନ୍ତି କଂଗ୍ରେସ ଅର୍ବାନ ନକ୍ସଲ ଦଳ । ତାଙ୍କ ପାର୍ଟି ହିଁ ଆତଙ୍କବାଦୀଙ୍କ ଦଳ । ଭିଡ଼ ହିଂସା କରୁଛି, ହତ୍ୟା କରୁଛି ।
ସେହିଭଳି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଖଡ଼ଗେ କହିଛନ୍ତି ଯେ, ସମଗ୍ର ଦେଶ କହୁଥିଲା କଂଗ୍ରେସ ଜିତିବ । ବିଜେପିର ନେତୃତ୍ବ ବି ସେୟା କହୁଥିଲେ । ଏମିତି କଣ ଫ୍ୟାକ୍ଟର ରହିଛି, ଯିଏ କଂଗ୍ରେସକୁ ହରାଇଲା ? ମଲ୍ଲିକାର୍ଜୁନ ଖଡ଼ଗେ ଆହୁରି କହିଛନ୍ତି, ‘ଯେଉଁମାନେ ଜନଜାତିଙ୍କୁ ଦୁଷ୍କର୍ମ କରୁଛନ୍ତି, ସେମାନଙ୍କୁ ଏମାନେ (ବିଜେପି) ସମର୍ଥନ କରୁଛନ୍ତି । ମୋଦୀଙ୍କ ସରକାର ଯେଉଁଠି ଅଛି ସେଠାରେ ଏସସି ଓ ଏସ୍ଟିଙ୍କ ଉପରେ ଅତ୍ୟାଚାର ହେଉଛି । ଦେଶ ଓ ଲୋକଙ୍କ ସଂପର୍କରେ କମ୍ କହୁଛନ୍ତି, ଦଳ ସଂପର୍କରେ ଅଧିକ କହୁଛନ୍ତି ।’
#WATCH | On PM Modi's remark that Congress has been taken over by Urban Naxals, Congress chief Mallikarjun Kharge says, " Progressive people are being called Urban Naxals...this is his habit. His party itself is a terrorist party. They do lynching, hit people, urinate in the… pic.twitter.com/hACBNLE6T8
— ANI (@ANI) October 12, 2024
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ‘ହରିୟାଣାରେ ଯାହା କିଛି ହେଲା ସେନେଇ ଆମେ ଏକ ବୈଠକ କରିଛୁ । ରିପୋର୍ଟ ଆସିବା ପରେ ଜଣାପଡ଼ିଯିବ ଆଗକୁ ଆମେ କଣ କରିବୁ ଏବଂ ଏଭଳି କାହିଁକି ହେଲା । ପୁରା ଦେଶ ଏବଂ ଏପରିକି ଖୋଦ ବିଜେପି କହୁଥିଲା କଂଗ୍ରେସ ଜିତିବ । କିନ୍ତୁ ଏମିତି କଣ କାରଣ ରହିଛି ଯେଉଥିପାଇଁ କଂଗ୍ରେସ ହାରିଗଲା ? ଜିତିବା ସମୟରେ ବହୁତ ଲୋକ ଏହାର ଶ୍ରେୟ ନେବେ କିନ୍ତୁ ପରାଜୟ ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଏହାକୁ ସମାଲୋଚନା କରିବେ । ’