ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଆଳି ବ୍ଲକର ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କଂଗ୍ରେସର ଦାବିପତ୍ର

Published By : Rasmita Pradhan | August 2, 2025 12:48 PM

ନମୌଜା, ୨/୮ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବନ୍ୟା ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ କଂଗ୍ରେସ ପକ୍ଷରୁ ଦାବି। ବନ୍ୟା ପ୍ରଭାବିତଙ୍କୁ ଯଥାଶୀଘ୍ର ରିଲିଫ୍, ସ୍ଵାସ୍ଥ୍ୟସେବା, ପାନୀୟଜଳ, ଗୋଖାଦ୍ୟ, ଚାଷୀଙ୍କ ଋଣଛାଡ଼, ଏବଂ ସମସ୍ତ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆଳି କଂଗ୍ରେସ ବିଧାୟିକା ପାର୍ଥିନୀ ତଥା ରାଜ୍ୟ ପିସିସି ସମ୍ପାଦିକା ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ପୂର୍ବାହ୍ନ ୧୧ ଟାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଳି ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି।

ସୂଚନାନୁଯାୟୀ, ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ବନ୍ୟାରେ ଆଳି ବ୍ଲକର ପାଳିନି, ଦେସାହି, କେତୁଆପାଳ, ଗୋବିନ୍ଦପୁର, ପେତପଡା, ଜୁଆଣିଆ, ଡିମିରପାଳ, ଏରଡଙ୍ଗ, ସଂସିଧା, ଅରଗଳ, ପଦିନିପାଳ, ଦଶିପୁର, କୋଳଡିହ, ମାଣିକପାଟଣା, ନରେନ୍ଦ୍ରପୁର, ଏକମାଣିଆ, ଦେମାଳ ଆଦି ପ୍ରାୟ ୧୭ଟି ପଞ୍ଚାୟତ ଦୁଇ ଥର ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହୋଇଛନ୍ତି। ସାଧାରଣ ଜନଜୀବନ ଠାରୁ ଆରମ୍ଭ କରି କୃଷି ଏବଂ ଗୋପାଳନ କ୍ଷେତ୍ର ପ୍ରଭାବିତ ହୋଇଛି। ଏବେ ସୁଦ୍ଧା ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଦୀର୍ଘ ୨୦ ଦିନରୁ ଅଧିକ ହେବ ଦୁଇଟି ବନ୍ୟାରେ ଲୋକେ ହନ୍ତସନ୍ତ ହେଲେଣି। କଚ୍ଚା ଘର ମାଟିରେ ମିଶି ଗଲାଣି। ଅନେକ ଦିନ ଧରି ବନ୍ୟା ପାଣି ପଶି ରହିବାରୁ ଲୋକମାନେ ରୋଷେଇବାସ କରିପାରୁ ନାହାଁନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ କିମ୍ଵା ରନ୍ଧା ଖାଦ୍ୟ ପହଞ୍ଚି ପାରିଲା ନାହିଁ। ବନ୍ୟାଞ୍ଚଳ ଲୋକମାନେ, ଜ୍ଵର, ଝାଡା ଓ ପ୍ରସବ ଆଦି ଅବସ୍ଥାରେ ଥାଇ ଚିକିତ୍ସା ସୁବିଧା ପାଇପାରୁ ନାହାଁନ୍ତି । ନଳକୂପ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥା ପାଣିରେ ବୁଡି ରହିବା ହେତୁ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗୋରୁ ଗାଈ ବାହାରକୁ ବାହାରି ପାରୁନଥିବା ବେଳେ ସେମାନଙ୍କ ଗୋଖାଦ୍ୟ ନମିଳିବାରୁ ବହୁ ଅସୁବିଧା ହେଉଛି। 

ସେହିପରି କୃଷିକ୍ଷେତ୍ର ପ୍ରଭାବିତ ହୋଇଛି। ବନ୍ୟା ପୂର୍ବରୁ ଚାଷୀମାନେ ଲଗାଣ ବର୍ଷା ଯୋଗୁଁ ବାରମ୍ବାର ଗଜା ଧୋଇର ଶିକାର ହୋଇ ଯେତିକି ବି ତଳି ବଞ୍ଚାଇ ରଖିଥିଲେ ତାହା ବନ୍ୟାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ଠିକ୍ ଭାବରେ ହୋଇନାହିଁ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଦାବି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.