ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିକାଶରେ ବ୍ରେକ ଲଗାଇବାରେ ଡବଲ ପିଏଚଡି କରିଛି କଂଗ୍ରେସ

Published By : Ankita S | November 12, 2024 2:05 PM

ମୁମ୍ବାଇ,୧୨/୧୧: କଂଗ୍ରେସ ଓ ମହା ବିକାଶ ଅଘାଡି କେବଳ ବିକାଶରେ ବ୍ରେକ ଲଗାଇବା କାମ କରିଛନ୍ତି । ଅଘାଡି ମାନେ ଖେଳାଳି । ମହାରାଷ୍ଟ୍ର ବିକାଶରେ ବ୍ରେକ ଲଗାଇବାରେ ପିଏଚଡି କରିଛନ୍ତି ଅଘାଡି ଦଳ । କଂଗ୍ରେସ ଡବଲ ପିଏଚଡି କରିଛି ।  ପୁଣି ଥରେ ଦୁଇ ଦଳକୁ ଲୁଟ କରିବାକୁ ଲାଇସେନ୍ସ ଦିଅନ୍ତୁ ନାହିଁ । ତାଙ୍କ ଷଡଯନ୍ତ୍ରର ଶିକାର ହେବା ନାହିଁ । ଦବଙ୍ଗଗିରିର ଭାଷା କହୁଛି କଂଗ୍ରେସ । ଜମ୍ମୁକାଶ୍ମୀରରେ ପୁଣି ଧାର ୩୭୦ ଲାଗୁ ନେଇ ପ୍ରସ୍ତାବ ଦେଉଛି । ପାକିସ୍ତାନ ଯାହା ଚାହୁଁଛି କଂଗ୍ରେସ ତାହା କରୁଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଚନ୍ଦ୍ରପୁରର ଚିମୁରରେ ଏକ ଜନସଭାକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିବା  ସହିତ କିଛି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସ-ଅଘାଡି ଉପରେ ବର୍ଷିଲେ- କଂଗ୍ରେସ ଆଦିବାସୀ ଭାଇଉଉଣୀଙ୍କୁ ଅଲଗା ଅଲଗା କରିଛି । ସେମାନଙ୍କ ପରିଚୟ ନଷ୍ଟ କରିଛି । କଂଗ୍ରେସ ଓ ମହା ବିକାଶ ଅଘାଡି ସମାଜ ମଧ୍ୟରେ ଲଢେଇ କରାଉଛି । ଗତ ୨ ବର୍ଷରୁ ଅଧିକ ହେବ ଆମେ ଦେଶରେ ବିକାଶର ଗତି ଦେଖିଛୁ । ମହାରାଷ୍ଟ୍ରରେ ସବୁଠୁ ଅଧିକ ବିଦେଶୀ ନିବେଶ ହୁଏ । ଚନ୍ଦ୍ରପୁର ଲୋକ ରେଳ କନେକ୍ଟଭିଟି ନେଇ ଦାବି କରି ଆସୁଛି । ମାତ୍ର ମହା ଅଘାଡି ଓ କଂଗ୍ରେସ ଏହି କାମ ହେବାକୁ ଦେଇ ନାହାନ୍ତି । ଆମ ସରକାର ଏହି ଦାବି ପୂରଣ କରିଛି । ମହାରାଷ୍ଟ୍ର ବିକାଶରେ ବ୍ରେକ ଲଗାଇବାରେ ପିଏଚଡି କରିଛନ୍ତି ଅଘାଡି ଦଳ । କଂଗ୍ରେସ ଡବଲ ପିଏଚଡି କରିଛି । ଅଘାଡି ମାନେ ଭଷ୍ଟ୍ରାଚାରର ବଡ ଖେଳାଳି ।

ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ମହୟୁତିର ବିପୁଳ ବିଜୟ ହେବ । ମହାରାଷ୍ଟ୍ରରେ ମହାୟୁତି, କେନ୍ଦ୍ରରେ ବିଜେପି-ଏନଡିଏ ମାନେ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର । ଅର୍ଥାତ ରାଜ୍ୟର ବିକାଶକୁ ଡବଲ ଗତି ମିଳିବ । ଗରିବଙ୍କ ସମସ୍ୟାକୁ ବିଜେପି ବୁଝିଛି । ଦଳିତ, ଆଦିବାସୀ, ଓବିସି ସମସ୍ତଙ୍କ ସମସ୍ୟା ଦୂର ହୋଇଛି । ଗତ ୧୦ ବର୍ଷରେ ୨୫ ଲକ୍ଷରୁ ଅଧିକ ଲୋକ ଗରିବରୁ ମୁକ୍ତ ହୋଇଛନ୍ତି । ସେମାନଙ୍କ ଜୀବନ ସହଜ ହୋଇଛି । ମହାରାଷ୍ଟ୍ରକୁ ସମୃଦ୍ଧ କରିବାକୁ ହେଲେ ଚାଷୀଙ୍କୁ ସମୃଦ୍ଧ କରିବାକୁ ହେବ । ଆମ ସରକାର ସେୟାବିନ ଚାଷୀଙ୍କୁ ଆର୍ଥିକ ସଂଙ୍କଟରୁ ଉଦ୍ଧାର କରିଛି । ମହୟୁତିର ପ୍ରାର୍ଥୀଙ୍କୁ ଜିତାନ୍ତୁ ରାଜ୍ୟରେ ବିକାଶ ଦ୍ରୁତଗତିରେ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.