ଭୁବନେଶ୍ବର, ୨୫/୩ :   ବିଧାନସଭାରେ କଂଗ୍ରେସ ବିଧାୟକ ଓ ମୁହାଁମୁହିଁ । ଆଜି ଗୃହ ବାହାରକୁ ୨ ବିଧାୟକ ଯାଇଥିଲେ । ଉଭୟେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଚାମ୍ବରକୁ ଯାଇଥିଲେ । ସେଠାରୁ ଗୃହକୁ ଫେରିବା ସମୟରେ ମାର୍ଶାଲଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ଏହି ସମୟ‌ରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ ଆହତ ହୋଇଛନ୍ତି । ବିଧାନସଭା ପରିସରରେ ଆମ୍ବୁଲାନ୍ସ ପହଞ୍ଚିଛି ।

ଏହି ଘଟଣାକୁ ନେଇ ବିଧାନସଭା ସମ୍ମୁଖରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟାନୟକ, ଭକ୍ତ ଦାସ, ଶରତ ରାଉତ, ଜୟଦେବ ଜେନା ପ୍ରମୁଖ ପହଞ୍ଚି ପ୍ରତିବାଦ କରୁଛନ୍ତି । ଏଥିସହ କଂଗ୍ରେସ କର୍ମୀବି ମାଷ୍ଟରକ୍ୟାଣ୍ଟିନ ଛକ ଏବଂ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୪ରୁ ୧୨ ଜଣ ବିଧାୟକଙ୍କୁ ୭ କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି। ନିଲମ୍ବିତ ହୋଇଥିବା ୧୨ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ମଙ୍ଗୁ ଖିଲ, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା,ସାଗର ଦାସ,କାଡ୍ରାକା ଆପଲା ସ୍ବାମୀ,ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା ପ୍ରମୁଖ । ଆଉ ଏହା ପରେ ଏହି ବିଧାୟକମାନେ ବିଧାନସଭା ଗୃହ ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ରାତି ସାରା ବିରୋଧ ଜାରି ରଖିବେ ବୋଲି କହିଥିଲେ।