ପ୍ରମୂଖ ଖବର
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ମୋ ପତ୍ନୀ ବର୍ଷେ ହେବ ପାକିସ୍ତାନରେ କାମ କରିଥିଲେ, ମୁଁ ମଧ୍ୟ ଯାଇଥିଲି : କଂଗ୍ରେସ ସାଂସଦ ଗୋଗେଇଙ୍କ ସଫେଇ

Published By : Harapriya Biswal | May 28, 2025 8:33 PM

ନୂଆଦିଲ୍ଲୀ,୨୮।୫:  କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଦ୍ବାରା ତାଙ୍କ ପତ୍ନୀଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଖାରଜ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଗତ କିଛି ସମୟ ଧରି କଂଗ୍ରେସ ନେତା ଗୋଗୋଇଙ୍କ ଉପରେ ତାଙ୍କ ପତ୍ନୀ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ‘ଆଇଏସ୍ଆଇ’ ସହ କଥିତ ସମ୍ପର୍କକୁ ନେଇ ଟାର୍ଗେଟ କରିଥିଲେ। ଏବେ ପ୍ରଥମ ଥର ଗୌରବ ଗୋଗେଇ ଏହି ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି। ସେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ କୌଣସି ସି-ଗ୍ରେଡ୍‌ ବଲିଉଡ ଫିଲ୍ମର କାହାଣୀ’ ବୋଲି କହିଛନ୍ତି।’

ଗୋଗେଇ ବୁଧବାର ଏହି ମାମଲାରେ ନିଜର ପ୍ରଥମ ସାର୍ବଜନୀନ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କ ପତ୍ନୀ ୨୦୧୩ ରେ କେବଳ ଏକ ବର୍ଷ ପାଇଁ ଦକ୍ଷିଣ ଏସିଆରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଅନ୍ତର୍ଜାତୀୟ ପରିଯୋଜନା ଅନୁସାରେ, ପାକିସ୍ତାନରେ କାମ କରିଥିଲେ। ସେ କହିଛନ୍ତି, ମୋର ପତ୍ନୀ ଜଣେ ଜଣାଶୁଣା ପବ୍ଲିକ ପଲିସ ବିଶେଷଜ୍ଞ। ପ୍ରାୟ ୧୪-୧୫ ବର୍ଷ ପୂର୍ବରୁ ସେ ଦକ୍ଷିଣ ଏସିଆରେ ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତର୍ଜାତୀୟ ପଦକ୍ଷେପର ପ୍ରଥମ ଅଂଶ ଥିଲା। ଏହା ଅନୁସାରେ, ସେ ପାକିସ୍ତାନରେ ବର୍ଷା ବିତାଇଥିଲେ ଓ ପରେ ୨୦୧୨-୧୩ ରେ ଭାରତ ଆସିଥିଲେ। ‌ସେବେଠାରୁ କାମ କରୁଛନ୍ତି। ୨୦୧୫ ରେ ସେ ଏକ ନୂଆ ଚାକିରି ଆରମ୍ଭ କରିଥିଲେ।’ ଗୋଗେଇ କହିଛନ୍ତି ସେ ୨୦୧୩ ରେ ନିଜ ପତ୍ନୀଙ୍କ ସହ ପାକିସ୍ତାନ ଯାଇଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ଯାତ୍ରାକୁ ‘ସି-ଗ୍ରେଡ୍ ବଲିଉଡ ଫିଲ୍ମ’ ଭଳି ଉପସ୍ଥାପନ କରୁଛନ୍ତି। ଯାହାର ରିଲିଜ୍ ଡେଟ୍ ୧୦ ସେପ୍ଟେମ୍ବର ବୋଲି କୁହାଯାଉଛି। ସେ ସେ କହିଛନ୍ତି, ଏହି କାହାଣୀ ସମ୍ପୂର୍ଣ୍ଣ ଭାବରେ ଫ୍ଲପ୍ ହେବାକୁ ଯାଉଛି। ଆସାମର ଲୋକ ପୂର୍ବରୁ ହିଁ ସତ୍ୟତା ଜାଣନ୍ତି। ମୁଁ କିମ୍ବା ମୋର ପତ୍ନୀ କୌଣସି ଭୁଲ କାମ କରିନୁ। ଗତ ୧୧-୧୨ ବର୍ଷ ହେବ କ୍ଷମତାରେ କିଏ ଅଛି ? କେନ୍ଦ୍ରୀୟ ଏଜେନ୍ସି କ’ଣ କରୁଥିଲା ?

ଗୋଗେଇଙ୍କ ସଫେଇ ଉପରେ ପ୍ରତିକ୍ରିୟା ଦେଇ ଆଦରମ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାକିସ୍ତାନ ଯାତ୍ରାର ସ୍ବୀକାରୋକ୍ତି କରିଥିବାରୁ ତାଙ୍କୁ ସ୍ବାଗତ। ସିଏମ୍ ଦାବି କରିଛନ୍ତି, ତାଙ୍କ ପାଖରେ ଗୋଗେଇଙ୍କ ପାକିସ୍ତାନୀ ଏଜେନ୍ସି ସହ ନିକଟତା ବିଶ୍ବାସନୀୟ ପ୍ରମାଣ। ଶର୍ମା କହିଛନ୍ତି, କଂଗ୍ରେସ ସାଂସଦ ଶ୍ରୀ ଗୌରବ ଗୋଗୋଇ ଶେଷରେ ସ୍ବୀକାର କରିଛନ୍ତି, ସେ ପାକିସ୍ତାନ ଯାଇଥିଲେ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରି ଏହା ଆରମ୍ଭ, ଅନ୍ତ ନୁହେଁ। ଆଗକୁ ଯାହା ସାମନାକୁ ଆସିବ ତାହା ଖୁବ୍ ଗମ୍ଭୀର।’ 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.