ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଭିଜିଲାନ୍ସରେ ମାମଲା ଥିବା କମ୍ପାନୀକୁ ସିଡିଏର ଅନୁକମ୍ପା : କଂଗ୍ରେସ ଆଣିଲା ଅଭିଯୋଗ

Published By : Suraj Kumar | June 5, 2025 7:21 PM

କଟକ, ୫।୬ : କଟକ ସହରରେ ମହାନଦୀ ୱାଟର ଫ୍ରଣ୍ଟ ଡେଭଲପମେଣ୍ଟ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି ।ଏହି କାର୍ଯ୍ୟପାଇଁ ସିଡିଏ କର୍ତ୍ତୃପକ୍ଷ ବିଜ୍ଞାପନ ଜରିଆରେ ଟେଣ୍ଡର କରିଛନ୍ତି ।ଅନିୟମିତତା ତଥା ଚଞ୍ଚକତା କରି ସମସ୍ତ ପ୍ରକାର ନୀତିନିୟମ କୁ ଜଳାଞ୍ଜଳି ଦେଇ ଭିଜିଲାନ୍ସରେ ମାମଲା ଥିବା  ଏକ କମ୍ପାନୀକୁ ଅନୁକମ୍ପା ଦେଖାଇଛନ୍ତି କାହା  ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ କଟକ ଜିଲ୍ଲା କଂଗ୍ରେସର ଉପସଭାପତି   ମନୋଜ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ କଟକ ଲିଙ୍କରୋଡ ଶକ୍ତି ନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ବରିଷ୍ଠ ଉପସଭାପତି ଶିଶିର ରଥ,କଟକ ନଗର(ଜିଲ୍ଲା)କଂଗ୍ରେସ ର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ଗୋଚ୍ଛାୟତ,କଟକ ନଗର ଯୁବ କଂଗ୍ରେସ ସଭାପତି ଡ଼ ବିପ୍ଳବ ଶିଳାଦିତ୍ୟ ଯୋଗଦେଇ ଥିଲେ। 

କଂଗ୍ରେସର ଅଭିଯୋଗ ଅନୁସାରେ, ସିଡିଏ ଏହି କାର୍ଯ୍ୟରେ ଗୋଟିଏ କାମକୁ ଦୁଇପ୍ରକାର ବିଜ୍ଞାପନ ବାହାର କରିଛି। ଅଫ ଲାଇନ୍ ରେ ଏକ ପ୍ରକାର ସର୍ତ୍ତାବଳୀ ଥିବାବେଳେ ଅନ ଲାଇନରେ ଆଉ ଏକ ପ୍ରକାର ସର୍ତ୍ତାବଳୀ ରହିଛି ।ଅଫ ଲାଇନ୍ରେ ପ୍ରକଳ୍ପର ମୂଲ୍ୟ ଲେଖାଯାଇଥିବା ବେଳେ ଅନ ଲାଇନରେ ପ୍ରକଳ୍ପ ମୂଲ୍ୟ ଲେଖାଯାଇନାହିଁ । ଅଫ ଲାଇନ୍ ରେ ଟର୍ନ ଓଭର ହଜାରେ କୋଟି ଥିବାବେଳେ ଅନ ଲାଇନ୍ ରେ ୫୦୦କୋଟି ରଖାଯିବାର କାରଣ କଣ ? ଅଫ୍ ଲାଇନ୍ ରେ ପ୍ରେଜେଣ୍ଟେଶନ ମାର୍କ ୩୫ମାର୍କ ଥିବା ବେଳେ ଅନ୍ ଲାଇନ୍ ରେ ଏହା ୪୫ମାର୍କ ରଖାଯାଇଛି କଣ ପାଇଁ ? ସିଡିଏର ଏହି ଟେଣ୍ଡର   ପ୍ରକ୍ରିୟାରେ କୌଣସି ତାଳମେଳ ରହିନାହିଁ । ଗୋଟିଏ ଭିଜିଲାନ୍ସରେ ମାମଲା ଥିବା    କମ୍ପାନୀକୁ କାମ କଣ ପାଇଁ ଦିଆଗଲା ? ଏହି କମ୍ପାନୀ ନାମରେ ପୂର୍ବରୁ ନିମ୍ନମାନର କାମ ଓ ସରକାରୀ ଅର୍ଥ ତୋଷରପାତ କରିଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କେଶ୍ ରହିଥିବାବେଳେ ସିଡିଏ କର୍ତ୍ତୃପକ୍ଷ କିପରି କାମ ଦେଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.