ଭୁବନେଶ୍ବର, ୧୨।୩ : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତିଙ୍କୁ  ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରାଯାଇଛି। ନାରୀ ନିର୍ଯାତନା ଓ ତାରାଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ  ୨୭ରେ ବିଧାନସଭା ଘେରାଉ  କରିବ କଂଗ୍ରେସ। କଂଗ୍ରେସ ପ୍ରଭାରୀ  ଅଜୟ କୁମାର ଲଲୁ   ଏ ନେଇ ସୂଚନା ଦେଇଛନ୍ତି।  

ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ମାଡ ମରାଯିବା,  ଏହା ବିଧାନସଭାର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛି ।  କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ  ଏ ନେଇ ଚିଠି ଲେଖିଥିଲେ। ଏହା  ପରେ ବି କେବଳ ତାରାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇଛି । ଏହାର ପ୍ରତିବାଦ କରି କଂଗ୍ରେସ ମାର୍ଚ୍ଚ ୨୭ରେ  ବିଧାନସଭା ଘେରାଉ କରିବ । ଗୃହରେ ବିଧାୟକ ତାରାଙ୍କୁ ଅସମ୍ମାନ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକ ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। 

ବିଧାନସଭା ଗୃହ ଆରମ୍ଭରୁ ମଙ୍ଗଳବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ପ୍ରବଳ ହୋହାଲ୍ଲା କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ  କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିଥିଲେ।  ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ଦଳର ସଦସ୍ୟମାନେ ଚଢିବାକୁ ଚେଷ୍ଟା କରିଥିଲେ। ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳ ପ୍ରତିବାଦ କରିଥିଲେ। ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ରିପୋର୍ଟିଂ ଟେବୁଲର ହେଡଫୋନ ଉପାଡି ଦେଇଥିଲେ। ପରେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ। ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ମୁହଁରେ କଳାପଟି ବାନ୍ଧି ଗୃହ ମଧ୍ୟ ଭାଗରେ ଧାରଣା ଦେଇଥିଲେ।