ନୂଆଦିଲ୍ଲୀ,୨୯ /୦୧:  ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିନ ନିକଟ ହେଉଛି । ଜୋରଦାର ହେଉଛି ପ୍ରଚାର । ଏହାରି ଭିତରେ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ଦେଇଛି ଦଳ । ଏଥିରେ ମହିଳା ଓ ସ୍ବାସ୍ଥ୍ୟକୁ ଫୋକସ୍ କରିଛି । କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଓ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ଦେବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଏହା ସହିତ ୨୫ ଲକ୍ଷ ଯାଏଁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ଦଳ ।

ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ୫ ଗ୍ୟାରେଣ୍ଟି ଦେଇଛି । କ୍ଷମତାକୁ ଆସିରେ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦେବ । ଏହା ସହିତ ମାଗଣାରେ ୨୫ ଲକ୍ଷ ଯାଏଁ ସ୍ବାସ୍ଥ୍ୟବୀମା ଯୋଗାଇବ । ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ଦେବ । ମାଗଣା ରାସନ୍ କିଟ୍ ଓ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି, ୫ଟଙ୍କିଆ ମିଲ୍, ସହରରେ ୧୦୦ କ୍ୟାଣ୍ଟିନ କରିବ ବୋଲି  ପ୍ରତିଶ୍ରୁତି ଦେଇଛି  । ଏହା ସହିତ ଶକ୍ଷିତ ବେରୋଜଗାରଙ୍କୁ ମାସକୁ ୮,୫୦୦  ଟଙ୍କା ଯାଏ ଆର୍ଥିକ  ସହାୟତା ଦେବ ବୋଲି କହିଛନ୍ତି । ଆମେ ଯାହା କହୁଛୁ ତାହା ପୂରଣ କରିବୁ ବୋଲି କହିଛି କଂଗ୍ରେସ ।

ଦିଲ୍ଲୀ ଡିପିସିସି କାର୍ଯ୍ୟାଳୟରେ ଇସ୍ତାହାର ଜାରି କରିଛି କଂଗ୍ରେସ । ସବୁ ଆବଶକତା ହେବ ପୂରଣ ଦିଲ୍ଲୀରେ କଂଗ୍ରେସ ଜରୁରୀ ଥିମ୍ ଗୀତରେ ଇସ୍ତାହାର ଜାରି କରିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ କଂଗ୍ରେସ ସାଂସଦ ଜୟୀରାମ ରମେଶଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ  । ଇସ୍ତାହାରରେ ସବୁ ବର୍ଗଙ୍କ ପାଇଁ କାମ କରିବ ବୋଲି କହିଛନ୍ତି କଂଗ୍ରେସ ।

ଏହା ବି ପଢନ୍ତୁ....ଦିଲ୍ଲୀ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତ କଲା ରଣନୀତିର ବ୍ଲୁ ପ୍ରିଣ୍ଟ !

କହି ରଖୁଛି କି, ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଆସନ୍ତା ଫେବୃଆରୀ ୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ମୋଟ ୬୯୯ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଶାସକ ଆପ, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ । ଆପ୍ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ସେହିପରି କଂଗ୍ରେସ ଖାତା ଖୋଲିବାକୁ ପ୍ରୟାସ କରିବ ।