ନୂଆଦିଲ୍ଲୀ,୧।୧୧: ଦେଶର ପ୍ରମୁଖ ବିରୋଧି ଦଳ କଂଗ୍ରେସ ନିର୍ବାଚନ କମିଶନ୍ଙ୍କ ଉପରେ ବର୍ଷିଛି। ହରିୟାଣା ନିର୍ବାଚନରେ ସମ୍ପର୍କରେ ଅଭିଯୋଗ ପରେ କେନ୍ଦ୍ରୀୟ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ଜବାବ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛି। ଏହା ସହ ଅଭିଯୋଗ କରିଛି, ନିର୍ବାଚନ କମିଶନ୍ ହରିୟାଣା ନିର୍ବାଚନ ସମ୍ପର୍କିତ ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେବା ବଦଳରେ ଗୋଲ-ମାଲା୍ ଜବାବ ଦେଉଛି। କେବଳ ସେତିକି ନୁହେଁ, କଂଗ୍ରେସ କହିଛି ନିର୍ବାଚନ କମିଶନକୁ ଅହଂକାରରେ ଭର୍ତ୍ତି ହୋଇଛନ୍ତି।
ମୁଖ୍ୟ ନିର୍ବାଚନ କମିଶନଙ୍କୁ ତିନି ପୃଷ୍ଠାର ଚିଠିରେ କଂଗ୍ରେସ କଡା ସମାଲୋଚନା କରିଛି। କଂଗ୍ରେସ କହିଛି, ଯଦି ନିର୍ବାଚନ କମିଶନ୍ଙ୍କ ଏହି ଲକ୍ଷ୍ୟ ରହିଛି, ସେ ନିଜର ତଟସ୍ଥ ସ୍ବରୂପକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାକୁ ଚାହାନ୍ତି, ତେବେ ଏହି ଦିଗରେ ଉଲ୍ଲେଖନୀୟ ରୂପରେ ଆଗକୁ ବଢୁଛନ୍ତି। ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ ଯେ, ନିର୍ବାଚନ କମିଶନ୍ ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଉଛନ୍ତି।’
କଂଗ୍ରେସ ପକ୍ଷରୁ କୁହାଯାଇଛି, ହରିୟାଣା ନିର୍ବାଚନ ସମ୍ପର୍କିତ ଅଭିଯୋଗ ଉପରେ କମିଶନଙ୍କ ଜବାବ ଅହଂକାର ଭରା ଥିଲା। ସେଭଳି ହରିୟାଣା ନିର୍ବାଚନକୁ ନେଇ ଆମର ଅଭିଯୋଗ ସ୍ପଷ୍ଟ ଥିଲା। ଦଳର ଅଭିଯୋଗ କରିଛି ନିର୍ବାଚନ କମିଶନ୍ ପୂର୍ବରୁ ଢିଲା ମନୋଭାବ ଗ୍ରହଣ କରି ଅଭିଯୋଗକୁ ରଫାଦଫା କରିଦେଇଛି।କଂଗ୍ରେସ ପକ୍ଷରୁ ପଠାଯାଇଥିବା ଏହି ପତ୍ରରେ ପାର୍ଟି ସଂଗଠନର ମହାସଚିବ କେସି ବେଣୁଗୋପାଳ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା, ପାର୍ଟିର କୋଷାଧ୍ୟକ୍ଷ ଅଜୟ ମାକନ, କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସିଙ୍ଘଭି ଓ କିଛି ଅନ୍ୟ ନେତା ସାକ୍ଷର ରହିଛି।