ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

‘ଧୋବି କା କୁତ୍ତା, ଘର କା ନା ଘାଟ୍ କା’, ରୋହିତଙ୍କୁ ନେଇ କଙ୍ଗନାଙ୍କ ପୁରୁଣା ଟ୍ବିଟ୍‌ର ସ୍କ୍ରିନ୍‌ସଟ୍ ସେୟାର କଲେ ଶାମା, ବିଜେପିକୁ ଘେରିଲେ

Published By : Harapriya Biswal | March 4, 2025 1:46 PM

ନୂଆଦିଲ୍ଲୀ,୪।୩: ରୋହିତ ଶର୍ମାଙ୍କ ବଡି ସେମିଂ ମାମଲାକୁ ନେଇ ଜାରି ରହିଛି ବିବାଦ। ଆପତ୍ତିଜନକ ପୋଷ୍ଟ କରି ବିବାଦର ପରିସରକୁ ଆସିଥିଲେ କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ। ଯଦିଓ ସେ ନିଜର ବିବାଦୀୟ ପୋଷ୍ଟକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଛନ୍ତି କିନ୍ତୁ ଏବେବି ପଛକୁ ହଟି ନାହାନ୍ତି। ମଣ୍ଡି ସାଂସଦ କଙ୍ଗନା ରାନାଓ୍ବତଙ୍କ ଏକ ପୁରୁଣା ପୋଷ୍ଟର ସ୍କ୍ରିନ୍ ସଟ୍ ସେୟାର କରି ବିଜେପିକୁ ଘେରିଛନ୍ତି। ଯେଉଁଥିରେ କଙ୍ଗନା ରୋହିତଙ୍କୁ ଲେଖିଛନ୍ତି, ଧୋବି କା କୁତ୍ତା, ନା ଘର କା ନା ଘାଟ କା।  

କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ଏବେ ଆକ୍ରାମକ ମୁଡରେ । ନିଜର ପୋଷ୍ଟକୁ ନେଇ ବିବାଦ ପରେ ଏବେ ବିଜେପିକୁ ଘେରିଛନ୍ତି। ରୋହିତଙ୍କ ବିରୋଧରେ ମଣ୍ଡି ସାଂସଦ କଙ୍ଗନା ରାନାଓ୍ବତ ଲେଖିଥିବା  ଏକ ପୁରୁଣା ପୋଷ୍ଟର ସେୟାର କରିଛନ୍ତି ସ୍କ୍ରିନ୍ ସଟ୍। ୨୦୨୧ ରେ କଙ୍ଗନା ଏହି ଟ୍ବିଟ୍ କରିଥିଲେ। ଯେଉଁ ସମୟରେ କଙ୍ଗନା ରାଜନୀତି କିମ୍ବା ବିଜେପିକୁ ଆସିନଥିଲେ। ସେତେବେଳେ କୃଷକ ଆନ୍ଦେଳନକୁ ସମର୍ଥନ କରି ରୋହିତ ଏକ ପୋଷ୍ଟ କରିଥିଲେ। ଯାହାକୁ ବିରୋଧ କରି କଙ୍ଗନା ଲେଖିଥିଲେ ଧୋବି କା କୁତ୍ତା, ନା ଘରକା ନା ଘାଟ୍ କା। ଏବେ କଙ୍ଗନାଙ୍କ ସେହି ପୁରୁଣା ପୋଷ୍ଟକୁ  ସେୟାର କରି ବିଜେପିକୁ ଘେରିଛନ୍ତି ଶାମା। ସେ  କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ପ୍ରଶ୍ନ ପଚାରିଛନ୍ତି, ଏବେ କଙ୍ଗନାଙ୍କ ବିଷୟରେ କ’ଣ କହିବେ ? ହ୍ୟାଶଟ୍ୟାଗ୍ ଜଷ୍ଟ ଆସ୍କିଙ୍ଗ ବୋଲିଂ ଲେଖିଛନ୍ତି।’ ଏହା ପୂର୍ବରୁ ଶାମା ସୋମବାର ଏକ ପୋଷ୍ଟ କରି ରୋହିତଙ୍କୁ ମୋଟା ଓ ପ୍ରଭାବହୀନ କ୍ୟାପଟେନ୍ ବୋଲି କହିଥିଲେ। ତାଙ୍କର ଏହି ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ବିଜେପି ପକ୍ଷରୁ ତାଙ୍କୁ କଡ଼ା ନିନ୍ଦା କରାଯାଇଥିଲା। ଏପରିକି କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ଆଗକୁ ଏଭଳି ବିବାଦୀୟ ମନ୍ତବ୍ୟ ନଦେବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଶେଷରେ ଚାରିଆଡୁ ଚାପ ପରେ ଶାମା ନିଜର ପୋଷ୍ଟକୁ ଡିଲିଟ୍ କରିଥିଲେ। 

ରୋହିତ ଶର୍ମାଙ୍କ ବଡି ସେମିଂ ମନ୍ତବ୍ୟକୁ ନେଇ ବିବାଦ: ବିଜେପିର ବିରୋଧ ପରେ ପୋଷ୍ଟ ଡିଲିଟ୍ କଲେ ଶାମା ମହମ୍ମଦ, କଂଗ୍ରେସ ରଖିଲା ସ୍ପଷ୍ଟୀକରଣ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.