ନୂଆଦିଲ୍ଲୀ,୨୧।୧୨:  ଅମିତ ଶାହଙ୍କ ବୟାନ ବିରୋଧରେ କଂଗ୍ରେସ କରିବ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ। ବିଆର ଆମ୍ବେଦକରଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ବିରୋଧରେ ୨୪ ଡିସେମ୍ବରରେ ଦେଶବ୍ୟାପୀ ହେବ ବିରୋଧ ପ୍ରଦର୍ଶନ। ଏହା ସହ କଂଗ୍ରେସ ଶାହଙ୍କ ଇସ୍ତଫା ଦାବି କରିଛି। ପାର୍ଟିର ସବୁ ସାଂସଦ ଓ କେନ୍ଦ୍ର କାର୍ଯ୍ୟ କମିଟି(ସିଡବ୍ଲୁସି)ର ସଦସ୍ୟ ମଧ୍ୟ ଶାହଙ୍କ ଟିପ୍ପଣୀ ଉପରେ ୨୨ ଡିସେମ୍ବର ଓ ୨୩ ଡିସେମ୍ବରରେ ପ୍ରେସ୍ କନଫ୍ରେନ୍ସ କରିବାକୁ ଯାଉଛନ୍ତି। ମହାସଚିବ କେସି ବେଣୁଗୋପାଳ ସବୁ ପାର୍ଟି ନେତାଙ୍କୁ ଏକ ସର୍କୁଲାର ଜାରି କରିଛନ୍ତି।

ସର୍କୁଲରରେ ଉଲ୍ଲେଖ କରାଯାଇଛି ଦେଶର ପ୍ରତି ଜିଲ୍ଲାରେ ‘ବାବା ସାହେବ ଆମ୍ବେଦକର ସମ୍ମାନ ମାର୍ଚ୍ଚ’ ବାହାର କରାଯିବ। ମାର୍ଚ୍ଚରେ ଆମ୍ବେଦରକଙ୍କ ଏକ ପତ୍ରିକା ଉପରେ ମାଲ୍ୟାର୍ପଣ କରିବା ସହ ଆରମ୍ଭ ହେବ ଓ ଜିଲ୍ଲା ମାଜିଷ୍ଟେ୍ରଟ୍‌ଙ୍କ ସମ୍ମାନରେ ଜ୍ଞାପନ ଦିଆଯିବା ପର୍ଯ୍ୟନ୍ତ ଜାରି ରହିବ। ପ୍ରେସ୍ କନଫ୍ରେନ୍ସରେ ସାଂସଦ ଓ ସିଡବ୍ଲୁସି ସଦସ୍ୟ ନିଜ ନିଜର ନିର୍ବାଚନ କ୍ଷେତ୍ରରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିବେ।

ସଂସଦର ଶୀତାକାଳୀନ ଅଧିବେଶନ , ଯାହାକି କାଲି ଶେଷ ହୋଇଛି, ଭାରତୀୟ ବ୍ଲକର ସାଂସଦ ୧୮ ଡିସେମ୍ବରରେ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ପରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ କଂଗ୍ରେସ ଆମ୍ବେଦକରଙ୍କ ନାଁ ନେବାକୁ ‘ଫ୍ୟାଶନ୍‌’ କରିବାର ସମାଲୋନା କରିଛି। ଶାହ କହିଥିଲେ,ଯଦି ସେ ଆମ୍ବେଦକରଙ୍କ ବଦଳରେ ଭଗବାନଙ୍କ ନାଁ ଏତେଥର ନେଇଥାନ୍ତେ ତେବେ ତାଙ୍କୁ ସାତ ଜନ୍ମ ପର୍ଯ୍ୟନ୍ତ ସ୍ବର୍ଗ ମିଳିଥାନ୍ତା। ଶାହଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଆମ୍ବେଦକରଙ୍କୁ ଅପମାନିତ କରିଥିବା କାରଣରୁ ଶାହଙ୍କୁ କ୍ଷମା ମାଗିବା ଦରକାର ବୋଲି କହିଛି କଂଗ୍ରେସ।