ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

'ଭୋଟ୍ ଚୋରି' ଅଭିଯୋଗ ପାଇଁ ୱେବସାଇଟ୍ ଏବଂ ମିସ୍‌ କଲ୍ ନମ୍ବର; ଇସିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ରାହୁଲ ଗାନ୍ଧୀ

Published By : Ankita S | August 10, 2025 2:01 PM

ପାଟନା,୧୦/୦୮: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ 'ଭୋଟ୍ ଚୋରି' ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି । ଏ ନେଇ ସେ ଏକ ୱେବ୍‌ସାଇଟ୍ ଲଞ୍ଚ୍ କରିଛନ୍ତି । ଏହା ସହିତ ନିର୍ବାଚନ ପ୍ରକ୍ରିୟାରେ ହେଉଥିବା ଗଡ଼ବଡ଼ ବିରୋଧରେ ଅଭିଯାନରେ ସାମିଲ ହେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି । ୱେବସାଇଟ୍‌ ସହ ଟୋଲ୍ ଫ୍ରି ନମ୍ବର ଜାରି କରିଛି କଂଗ୍ରେସ । ଏହି ଲଢେଇ ଲୋକତନ୍ତ୍ରର ରକ୍ଷା ପାଇଁ ବୋଲି ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଏକ୍ସରେ କହିଛନ୍ତି । ରାହୁଲଙ୍କ ପୋଷ୍ଟର କମେଣ୍ଟ ବକ୍ସରେ କିଛି ଲୋକ ତାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି,'' ଭୋଟ୍ ଚୋରି ଏକ ବ୍ୟକ୍ତି, ଏକ ଭୋଟର ମୌଳିକ ଗଣନ୍ତ୍ରାତିକ ନୀତି ଉପରେ ଆକ୍ରମଣ । ସ୍ୱାଧୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସ୍ୱଚ୍ଛ ଭୋଟର ତାଲିକା ଆବଶ୍ୟକ ରହିଛି । ନିର୍ବାଚନ କମିଶନଙ୍କ ଠାରୁ ଆମର ଦାବି ସ୍ପଷ୍ଟ - ସ୍ୱଚ୍ଛତା ଦେଖାନ୍ତୁ ଏବଂ ଡିଜିଟାଲ ଭୋଟର ତାଲିକାକୁ ସାର୍ବଜନୀନ କରନ୍ତୁ, ଯାହା ଦ୍ଵାରା ଜନସାଧାରଣ ଏବଂ ରାଜନୈତିକ ଦଳଗୁଡ଼ିକ ନିଜେ ଏହାକୁ ଅଡିଟ୍ କରିପାରିବେ। ଆପଣ ବି ଆମ ସହିତ ଯୋଡ଼ି ହୋଇପାରିବେ । ଏହି ଦାବିକୁ ସମର୍ଥନ କରନ୍ତୁ ।  votechori.in/ecdemandରେ ଯାଆନ୍ତୁ । ୯୬୫୦୦୦୩୪୨୦ରେ ମିସ୍ କଲ ଦିଅନ୍ତି । ଏହି ଲଢେଇ ଲୋକତନ୍ତ୍ରର ରକ୍ଷା ପାଇଁ ।''

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ ତାଙ୍କୁ ଏକ ସତ୍ୟପାଠ ମାଗିଥିଲେ । ଏହାକୁ ବିଜେପି ପ୍ରବକ୍ତା ଅମିତ ମାଲବିୟ ସେୟାର କରିଛନ୍ତି । ସେ କହିଛନ୍ତି ଯଦି ରାହୁଲ ଗାନ୍ଧୀ ତାଙ୍କ ବିଶ୍ୱସନୀୟତାକୁ ମହତ୍ତ୍ୱ ଦେଉଛନ୍ତି, ତେବେ ତାଙ୍କୁ ସେହି ଅଯୋଗ୍ୟ ମତଦାତାଙ୍କ ନାମ ସାମ୍ନାକୁ ଆଣିବାକୁ ପଡିବ ଯେଉଁଥିରେ ଦାବି ହୋଇଛି କି ମତଦାତା ସୂଚୀରେ ରହିଛି । ଭୋଟ୍ ପଞ୍ଜୀକରଣ ନିୟମ ୧୯୬୦ ୨୦ (୩) (ବି) ଅଧୀନରେ ଏହା ଅବୈଧ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.