ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆଜି ସମ୍ବିଧାନ ଦିବସ, ଜାଣନ୍ତୁ ଏ ଦିବସରେ କଣ ରହିଛି ଇତିହାସ

Published By : Ankita S | November 26, 2024 8:45 AM

ନୂଆଦିଲ୍ଲୀ,୨୬/୧୧: ଆଜି ସମ୍ବିଧାନ ଦିବସ । ଦେଶରେ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ସାମ୍ବିଧାନିକ ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ସମ୍ବିଧାନ ହେଉଛି ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ । ୧୯୪୯ ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଗୃହିତ ହୋଇଥିଲା । ଭାରତର ସମ୍ବିଧାନ ଭରତର ଲୋକତନ୍ତ୍ର, ଧର୍ମନିରପେକ୍ଷ ଦସ୍ତାବିଜ ଅଟେ ।

୨୦୧୫ ମସିହାରେ ଭାରତ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଭାରତର ସମ୍ବିଧାନ ଦୁନିଆର ସବୁଠୁ ବଡ ଲିଖିତ ସମ୍ବିଧାନ। ଭାରତୀୟ ସମ୍ବିଧାନରେ ନାରଗିକଙ୍କ ମୌଳିକ ଅଧିକାର, କର୍ତ୍ତବ୍ଯ, ସରକାରଙ୍କ ଭୂମିକା ଓ କ୍ଷମତା ବିଷୟରେ ସଂପୂର୍ଣ୍ଣ ତଥ୍ୟ ବିଷୟରେ ଉଲ୍ଲେଖ୍ୟ ରହିଛି । ୧୯୪୭ ଅଗଷ୍ଟ ୧୫ରେ ବ୍ରିଟିଶ ଶାସକ କବଳରୁ ଭାରତ ସ୍ବାଧୀନତା ହାସଲ କରିତିଲା । ହେଲେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା । ୧୯୫୦ ଜାନୁଆରୀ ୨୬ରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହା ସହିତ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ।

୧୯୪୯ ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଗୃହିତ ହୋଇଥିଲା ।  ୧୯୫୦ ଜାନୁଆରୀ ୨୬ରେ ଏହା କାର୍ଯ୍ୟକାରୀ ହୋଇଥିଲା । ବିଶ୍ବର ବିଭିନ୍ନ ରାଷ୍ଟ୍ରର ସମ୍ବିଧାନର କେତେକ ଅଂଶ ଭାରତୀୟ ସମ୍ବିଧାନରେ ସାମିଲ କରାଯାଇ ଏକ ବୃହତ ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା । ଆଜି ସମ୍ବିଧାନ ଦିବସ ଦିନରେ ଭାରତୀୟ ସମ୍ବିଧାନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ବାର୍ଷୀକି ମଧ୍ୟ ପଡୁଛି । ଭାରତୀୟ ସମ୍ବିଧାନର ଜନକ ହେଉଛନ୍ତି ଭୀମ ରାଓ ଆମ୍ବେଦକର । ଭାରତର ପ୍ରଥମ ଆଇନମନ୍ତ୍ରୀ ଡ. ଭୀମରାଓ ଆମ୍ବେଦକର ଭାରତର ସମ୍ବିଦାଧକୁ ୨ ବର୍ଷ,  ୧୧ ମାସ ଏବଂ ୧୮ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ତାଙ୍କୁ ଭାରତର ସମ୍ବିଧାନ ଲେଖିବାକୁ ଦାୟିତ୍ବ ଦିଆଯାଇଥିଲା ।

କୌଣସି ଦେଶ ବିନା ସମ୍ବିଧାନରେ ଚାଲିପାରିବ ନାହିଁ । ଦେଶରେ ଶାସନ ପାଇଁ ସମ୍ବିଧାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସମ୍ବିଧାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ ଓ ସମ୍ମାନ କରିବା । ସମ୍ବିଧାନ ଦ୍ବାରା ଦେଶର ନାଗରିକଙ୍କୁ ସମାନ ଅଧିକାର ଓ ସମାନ ନିୟମରେ ବାନ୍ଧି ରଖାଯାଏ । ଏହି ଦିନ ବିଦ୍ୟାଳୟ ଓ କଜେଜମାନଙ୍କରେ ସଂସଦ ଓ ସମ୍ବିଧାନ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.