ନୂଆଦିଲ୍ଲୀ,୨୬।୧୧: ଭାରତର ସମ୍ବିଧାନ ଏବେ ଆପଣ ପଢି ପାରିବେ ସଂସ୍କୃତ ଓ ମୈ‌ଥିଲି ଭାଷାରେ। ସମ୍ବିଧାନ ନିର୍ମାଣର ୭୫ ବର୍ଷ ପୂରଣ ଅବସରରେ ଏହାକୁ କରାଯାଇଛି ଉନ୍ମୋଚନ। ଏହି ଅବସରରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। 

ସମ୍ବିଧାନ ନିର୍ମାଣକୁ ଆଜି ପୂରଣ ହୋଇଛି ୭୫ ବର୍ଷ। ସମ୍ବିଧାନ ଦିବସ ଅବସରରେ ଆୟୋଜିତ ହୋଇଥିଲା ‘ଆମ ସମ୍ବିଧାନ, ଆମ ସ୍ବାଭିମାନ’ କାର୍ଯ୍ୟକ୍ରମ। ଏହି ଅବସରରେ ଉନ୍ମୋଚନ କରାଯାଇଛି ସଂସ୍କୃତ ଓ ମୈ‌ଥିଲି ଭାଷାରେ ଲିଖିତ ସମ୍ବିଧାନ। ଏବେ ଏହି ଦୁଇଟି ଭାଷାରେ ପଢିପାରିବେ ଦେଶବାସୀ। ଏହାକୁ ଉନ୍ମୋଚନ କରିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧି ଦଳ ନେତା ରାହୁଲ ଗାନ୍ଧ ଏବଂ ଉଭୟ ଗୃହର ବାଚସ୍ପତି। ସମ୍ବିଧାନ ଦିବସ ଅବସରରେ ଏକ ସ୍ବତନ୍ତ୍ର ଡାକ ଟିକେଟ ଏବଂ କଏନ୍ ମଧ୍ୟ ଜାରି କରାଯାଇଛି।

ଏହି ଅବସରରେ ରାଷ୍ଟ୍ରପତି ମର୍ମୁ  ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଇଛନ୍ତି। ଏହା ସହ ସେ କହିଛନ୍ତି, ସମ୍ବିଧାନ ଲୋକତନ୍ତ୍ରର ଆଧାରଶିଳା। ସମ୍ବିଧାନ ଦେଶର ସବୁଠାରୁ ପବିତ୍ର ଗ୍ରନ୍ଥ। ଆମର ସମ୍ବିଧାନ ପ୍ରଗତିଶୀଳ ଓ ସମାବେଶୀ। ନ୍ୟାୟ, ସ୍ବତନ୍ତ୍ରତା , ସମାନତା, ବନ୍ଧୁତ୍ବ ସମ୍ବିଧାନର ଆଦର୍ଶ। ଭାରତ ହେଉଛି ଲୋକତନ୍ତ୍ରର ଜନନୀ। ସମ୍ବିଧାନ ଜୀବନ ଓ ପ୍ରଗତିଶୀଳ ଦସ୍ତାବିଜ। ଆମ ସମ୍ବିଧାନ ଅନ୍ୟ ଦେଶ ପାଇଁ ଆଦର୍ଶ।