ନୂଆଦିଲ୍ଲୀ,୨।୧: ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ । ଏହାର ପଛକୁ ରହିଛି ଟେଲିଗ୍ରାମ ଏବଂ ଇନଷ୍ଟାଗ୍ରାମ। ଏହି ସବୁ ସୋସିଆଲ ମିଡିଆକୁ ଠକେଇର ଅସ୍ତ୍ର କରିଛନ୍ତି ସ୍କାମର। ନିଜର ଜାଲରେ ଫଶାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନେଇ ଜାରି କରିଛି ଆଲର୍ଟ।
୨୦୨୪ ରେ ହୋଇଛି ସବୁଠାରୁ ଅଧିକ ସାଇବର ଠକେଇ। ଭାରତ ସହ ପୁରା ଦୁନିଆର ପ୍ରାୟ ୮୫ ଲକ୍ଷ କୋଟି ଟଙ୍କାର ହୋଇଛି ଠକେଇ। କେବଳ ଭାରତରେ ପ୍ରତିଦିନ ୬୦ କୋଟି ଟଙ୍କାର ଷହାଇଛି ସ୍କାମ୍। ସାଇବର କ୍ରିମିନାଲଙ୍କ ପ୍ରିୟ ସାଇବର ଠକେଇର ବଡ଼ ଅସ୍ତ୍ର ମେସେଜିଂ ଆପ୍। ନିଜର ଅସ୍ତ୍ର ଭାବରେ ବାଛିଛନ୍ତି ସାଇବର କ୍ରିମିନାଲ। ଗୃହ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୦୨୪ ର ପ୍ରଥମ ତିନି ମାସରେ ହ୍ୱାଟସଆପ ଜରିଆରେ ସାଇବର ଠକେଇ ସମ୍ପର୍କିତ ମୋଟ ୪୩ ହଜାର ୭୯୭ଟି ଅଭିଯୋଗ ହୋଇଛି। ତା'ପଛକୁ ରହିଛି ଟେଲିଗ୍ରାମ। ଟେଲିଗ୍ରାମ ଜରିଆରେ ୨୨ ହଜାର ୬୮୦ ଠକେଇ ଅଭିଯୋଗ ଏବଂ ଇନଷ୍ଟାଗ୍ରାମ ଜରିଆରେ ୧୯ ହଜାର ୮ ଶହ ଠକେଇ ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ରିପୋର୍ଟରେ ଏହା ବି ମଧ୍ୟ କୁହାଯାଇଛି, ସାଇବର ଠକ ଗୁଗୁଲ ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରୁଛନ୍ତି। ଗୁଗୁଲ ବିଜ୍ଞାପନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ସାଇବର ଠକ। ସାଇବର ଅପରାଧୀ ମୁଖ୍ୟତଃ ବେକାରୀ, ଗୃହିଣୀ, ଛାତ୍ରଛାତ୍ରୀ, ଅଭାବୀ ଲୋକଙ୍କୁ ଅଧିକ ଟାର୍ଗେଟ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।
ଗୃହମନ୍ତ୍ରଣାଳୟର କହିବା ଅନୁସାରେ, ଏହି ସ୍କାମ୍କୁ ’ଇନଭେଷ୍ଟମେଣ୍ଟ ସ୍କାମ୍’ ଭାବରେ ଜଣାଯାଏ। ଏଥିରେ ବହୁ ପରିମାଣରେ ମନି ଲଣ୍ଡରିଂ ଓ ସାଇବର ସ୍ଲାଭେରୀ ମଧ୍ୟ ରହିଛି। ସାଇବର ଅପରାଧି କ୍ରାଇମ୍ କରିବା ପାଇଁ ସ୍ପନସର୍ଡ ଫେସବୁକ୍ ଆଡ୍ ଜରିଆରେ ବେଆଇନ୍ ଭାବେ ଲୋନ୍ ଦେଉଥିବା ଆପ୍ ଲଞ୍ଚ କରୁଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଏଭଳି ଲିଙ୍କକୁ ଚିହ୍ନ କରିଛନ୍ତି। ଦରକାର ପଡିଲେ ଏହାକୁ ଫେସବୁକ୍ରୁ ହଟାଇବାକୁ ନିର୍ଦେଶ ମଧ୍ୟ ଦିଆଯାଇଥାଏ। ଅନଲାଇନ୍ ପେମେଣ୍ଟର ପ୍ରଚଳନ ବଢିବା ପରେ ଆରମ୍ଭ ହୋଇଛି ଏଭଳି ଠକେଇ ।